ଦିଗପହଣ୍ଡି (ଓବି ନ୍ରୁଜ): ଦିନ ଦ୍ୱିପ୍ରହରରେ ଗାଡ଼ି ଚୋରି କରି ନେଉଥିଲେ ଯୁବକ ଜଣକ । ତାହା ପୁଣି ଦୁଇ ଚକିଆ ମୋଟର ସାଇକେଲ କି ସ୍କୁଟର ନୁହଁ । ସେ ଚୋରି କରି ନେଉଥିଲେ ଯାତ୍ରୀବାହି ମିନି ବସ୍ଟିଏ । ଯାତ୍ରୀ ନେବା ଆଣିବା କାମ ସରିବା ପରେ ଡ଼୍ରାଇଭରଟି ଗାଡ଼ିଟିକୁ ପାର୍କି କରିଥିଲେ । ଆଉ ଭେଟିବାକୁ ଯାଇଥିଲେ ମାଲିକଙ୍କୁ । ଆଉ ଏସବୁ ଭିତରେ ମଉକାକୁ ଅପେକ୍ଷା କରି ରହିଥିବା ଯୁବକ ଜଣକ ନକଲି ଚାବିରେ ଗାଡ଼ି ଷ୍ଟାଂଟ୍ କରି ଛୁମନ୍ତର ହେବାକୁ ଉଦ୍ୟମ କରିଥିଲେ । ହେଲେ ଭାଗ୍ୟ ସାଥ୍ ଦେଲା ନାହିଁ । ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ଼ିଭାଇଡ଼ରକୁ ପିଟି ଦେଲା ଯୁବକ ଜଣକ । ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଗଲା ସିନା ହେଲେ ବର୍ତି ଗଲା ବଡ଼ ଦୁର୍ଘଟଣାରୁ । ରାସ୍ତାର ଉଭୟ ପାଶ୍ୱର୍ରେ ଯାଉଥିବା ଲୋକ ମାନେ ବର୍ତି ଗଲେ ଏହି ଦୁର୍ଘଟଣାରୁ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ବିହାରର ବୋଲି ଜଣାପଡ଼ିଛି । ତେବେ ସେ ଦିଗପହଣ୍ଡି କଣ କରୁଥିଲା, ପୂର୍ବରୁ କୌଣସି ଅପରାଧିକ ମାମଲାରେ ଜଡ଼ିତ ଅଛି କି ନାହିଁ ତାହାର ତଦନ୍ତ ଏବେ ପୁଲିସ କରୁଛି ।