
ବ୍ରହ୍ମପୁର (ଓବି ନ୍ୟୁଜ) (ରବି ପ୍ରିୟ): ଗଂଜାମ ଜିଲ୍ଲା ର ଅନ୍ୟତମ ଶକ୍ତି ପୀଠ ମହୁରୀ କାଳୁଆ । ବ୍ରହ୍ମପୁର ଠାରୁ ସାତ କିଲୋମିଟର ଦୂରରେ ଏହି ପୀଠ ଅବସ୍ଥିତ,କେରାଣ୍ଡିମାଳ ପାହାଡ ଉପରେ ମା ‘ ପୂଜା ପାଉଥିଲେ, ସବୁ ଦିନ ମା ‘ ଙ୍କ ସେବା କରିଆସୁଥିଲେ ସେବକ, ଦିନେ ସେବକ ପୂଜା ସାରି ତଳକୁ ଚାଲିଆସିଥିଲେ ହଠାତ୍ ଦେଖିଲେ ଢାଳ ଛାଡି ଦେଇ ଆସିଛନ୍ତି ।ପୁଣି ପାହାଡ ଚଢି ପୂଜା ସ୍ଥାନ କୁ ମା’ ଙ୍କୁ ଭିନ୍ନ ରୂପରେ ଦେଖିବାକୁ ପାଇଥିଲେ ।କିନ୍ତୁ ମା’ କହିଲେ ଭୟ କରନାହିଁ ,କିନ୍ତୁ ମୁଁ ଢାଳ ଫିଙ୍ଗୁଛି, ଯେଉଁ ଠାରେ ଇଏ ପଡିବ ସେଠି ମୋର ପ୍ରତିଦିନ ପୂଜାର୍ଚନା କରିବ ।ସେହି ଦିନ ଠାରୁ ପାହାଡ ତଳେ ପୂଜା ପାଉଛନ୍ତି ।ଏହା ଲୋକ ଶ୍ରୁତି ରୂପେ ବିଶ୍ୱାସ ରହିଛି ।
ମହୁରୀ କାଳୁଆ ମହୁରୀ ରାଜା ଙ୍କ ଇଷ୍ଟ ଦେବୀ ।ମା’ ପାହାଡ ଉପରେ ଥିବା ରାଜା ଙ୍କୁ ସ୍ବପ୍ନାଦେଶ ହୋଇଥିଲା ।ଏହା ପରେ ରାଜା ପୂଜା ପାଇଁ ବ୍ୟବସ୍ଥା କରିଥିଲେ ।ମହୁରୀ କାଳୁଆ ଙ୍କ ଉପରେ ଗଂଜାମ ଜିଲ୍ଲା ବାସୀ ଙ୍କ ଗଭୀର ବିଶ୍ୱାସ ରହିଛି ।ପ୍ରତିଦିନ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସଂକ୍ରାନ୍ତି, ମଙ୍ଗଳବାର, ଚୈତ୍ର ଓ ଆଶ୍ବିନ ମାସରେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ ।ପ୍ରାକୃତିକୃ ପରିବେଶ ମଧ୍ୟରେ ଥିବା ଏହି ପୀଠ ବୁଲିବା ପାଇଁ ପର୍ୟ୍ୟଟକଙ୍କ ମଧ୍ୟ ଗହଳି ହୋଇଥାଏ ।ରାଜ୍ୟ ସରକାର ମଧ୍ୟ ଏହି ପୀଠ ର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । ବ୍ରହ୍ମପୁର ରୁ ଏହି ପୀଠ କୁ ଆସିବାକୁ ହେଲେ ଦିଗପହଣ୍ଡି ରାସ୍ତା ରେ ଆସିବାକୁ ପଡିବ ।ରହିବା ପାଇଁ ସେଠାରେ ବ୍ୟବସ୍ଥା ନାହିଁ, ତେଣୁ ବ୍ରହ୍ମପୁର ରେ ବ୍ୟବସ୍ଥା କରିବାକୁ ପଡିବ ।