କାଠ କାରିଗର ସଂଘର ପ୍ରଥମ ବାର୍ଷିକ ଉତ୍ସବ

0
54

ବ୍ରହ୍ମପୁର (ଓବି ନ୍ୟୁଜ):ଗଞ୍ଜାମ ଜିଲ୍ଲା କାଠ କାରିଗର ସଂଘର ପ୍ରଥମ ବାର୍ଷିକ ଉତ୍ସବ ଗୋସାଣିନୂଆଗାଁ ଉତରେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଗିରଥୀ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ବିଜେଡ଼ି ମହିଳା ଜିଲ୍ଲା ଅଧ୍ୟକ୍ଷା ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗଦାନ କରିଥିଲେ ।
ଏହି ଅବସରରେ ସଂଘର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଓ ସଂଘର ସମସ୍ୟା ଦୂରୀକରଣ ପାଇଁ ସଂଘ ପକ୍ଷରୁ ବିଧାୟକ ଓ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଘ ପକ୍ଷରୁ ବାଲୁକାଶିଳ୍ପୀ ସତ୍ୟ ମହାରଣା ଓ କଣ୍ଠଶିଳ୍ପୀ ସୋନୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସଂଘ ପକ୍ଷରୁ ସାମ୍ବାଦିକ ସୁଦୀପ ସାହୁ, ସତ୍ୟ ପରିଡ଼ା, ସୁବ୍ରମଣ୍ୟମ ସ୍ୱାମୀ, ଅମର ଦାଶ ଓ ଗୋପାଳ ରେଡ୍ଡିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here