କେୟାର ଇଣ୍ଡିଆ ର ତରିନା ପ୍ରକଳ୍ପ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ସଶକ୍ତିକରଣ

0
91

ଜି.ଉୟଦଗିରି(ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ): ଆଜି ସାପ୍ତାହିକ ହାଟ ହୋଇଥିବାରୁ କେୟାର ଇଣ୍ଡିଆ ର ତରୀନା ପ୍ରକଳ୍ପ ଦ୍ୱାରା ତାଲିମ ପ୍ରାପ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଚାରା ଓ କୁକୁଡ଼ା ଚିଆଁ ବିକ୍ରି କରାଯାଇଥିଲା।ପ୍ରାପ୍ତ ଖବର ଅନୁଯାୟୀ ସରକାର ମହିଳା ସଶକ୍ତିକରଣ କୁ ଗୁରୁତ୍ବ ଦେଉଥିବା ବେଳେ କେୟାର ଇଣ୍ଡିଆ ସଂସ୍ଥା ର ତାରୀନା ପ୍ରକଳ୍ପ ମାଧ୍ୟମରେ ତାଲିମ ପ୍ରାପ୍ତ କେତକ ମହିଳା ସ୍ଵୟଂ ସହାୟିକା ଗୋଷ୍ଟି ର ମହିଳା ଙ୍କୁ ରୋଜଗାର କ୍ଷମ କରାଇବା ସକାଶେ ଆଜି ସାପ୍ତାହିକ ହାଟ ରେ ଜି.ଉଦୟଗିରି ବ୍ଲକ ର ତଲାରିମାହା ପଞ୍ଚାୟତର ଭଞ୍ଜପଦର୍ ଗ୍ରାମର ବାସୁମତି ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଉନ୍ନତ ପ୍ରଜାତିର ପନିପରିବା ଓ ଫଳ ଚାରା ବିକ୍ରି ହୋଇଥିବା ବେଳେ ଗ୍ରେଶିଙ୍ଗିଆ ପଞ୍ଚାୟତ ର ଦକେଡି ଗ୍ରାମର କୁର୍ବାନ୍ ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ୨୮ ଦିନିଆ କୁକୁଡ଼ା ଛୁଆ ବିକ୍ରି କରିଥିଲେ। ଏହି ସଂସ୍ଥା ଝଐଏ ଗ୍ରୁପ୍ ମାନଙ୍କୁ ପନିପରିବା ,କୁକୁଡ଼ା ଚାଷ ଓ ଛେଳି ଚାଷ କରିବା ପାଇଁ ସବୁ ସରଞ୍ଜାମ ଯୋଗାଇବା ସହ ସେଗୁଡ଼ିକର ତଦାରଖ କରି ସଭ୍ୟ ମାନଙ୍କୁ ତାଲିମ ଦେଇଥାନ୍ତି ଓ ଠିକ ସମୟରେ ବିକ୍ରି କରିବାରେ ସାହାଯ୍ୟ କରିଥାନ୍ତି ବୋଲି ସଭ୍ୟ ମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here