ବ୍ରହ୍ମପୁର (ଓବି ନ୍ୟୁଜ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସଞ୍ଜୟ ସ୍ମାରକୀ ବୈଷୟିତ ଶିକ୍ଷାନୁଷ୍ଠାନ (ଏସଏମଆଇଟି) ଚଣ୍ଡିପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜରେ ଓରିଏଣ୍ଟସନ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ବି.ଟେକ୍ ପାଠ୍ୟକ୍ରମରେ ଚଳିତ ବର୍ଷ ଜଏନ୍ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତ ପ୍ରଦୀପ ପ୍ରଜ୍ୱଳନ କରି ୩୯ ବର୍ଷର ଏହି ପୁରାତନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି ବୋଲି କହିବା ସହ ଏହି ଅନୁଷ୍ଠାନର ଶତାଧିକ କୃତି ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ମନୋନୀତ ହୋଇ ବହୁ ସୁନାମଧନ୍ୟ କମ୍ପାନୀରେ ଉଚ୍ଚ ପଦବିରେ ନିଯୁକ୍ତି ପାଇ ଦେଶ ଓ ବିଦେଶରେ କାର୍ଯ୍ୟରତ ରହିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଯଦ୍ୱାରା ଆଜି ଏହି ଶିକ୍ଷାନୁଷ୍ଠାନ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି । ଡ. ଗନ୍ତାୟତ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥି ପାଇଁ ଅନୁଷ୍ଠାନ ସବୁ ବେଳେ ସଜାଗ ରହିଛି । ଯଦି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ କୌଣସି ଅସୁବିଧା ପରିଲକ୍ଷିତ ହୁଏ ତୁରନ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାକୁ ସେ ନିବେଦନ କହିଥିଲେ ।
ଅ।।ୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଜାମ୍ମୁଲା ଶଙ୍କର ନାରାୟଣ, ସହ ସଂପାଦକ ପ୍ରମୋଦ କୁମାର ପଣ୍ଡା, ଅଧ୍ୟକ୍ଷ ଡ. ଜଗନ୍ନାଥ ସାହୁ, ପ୍ରଫେସର ଡ. ଜିତେନ୍ଦ୍ର କୁମାର ସାହୁ, ଏସୋସିଏଟ୍ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ଦେବାଶିଷ ବିଶ୍ୱାଳ, ସଞ୍ଜିବ କୁମାର ମହାପାତ୍ର, ମମତା ସାହୁ, ସୁବାସ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ, ଅଲେଖ ସାହୁ, ଡି.ପି. ସିଂଦେଓ, ହରିହର ଗୌଡ଼, ଗୌରୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ । ଶେଷରେ ଅଧ୍ୟକ୍ଷ ଡ. ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।