ବର୍ଷାରେ ଧର୍ମଗଡ଼ ସହର ଅବସ୍ଥା ବେହାଲ

0
88

ଧର୍ମଗଡ଼(ଓବି ନ୍ୟୁଜ)(ସୁଧିର କୁମାର ଗୋପାଳ): ଗତକାଲିଠାରୁ ଲାଗିରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ଆଜି ଧର୍ମଗଡ଼ ସହର ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି । ବର୍ଷା ଜଳରେ ସହର ଜଳାର୍ନବ ହେବାସହ କିଛି ସ୍ଥାନରେ ଘରକୁ ମଧ୍ୟ ପାଣି ପସିଯାଇଛି ଫଳରେ ଜଣ ଜୀବନ ଅସ୍ତ ବ୍ୟସ୍ଥ ହୋଇ ପଡିଛି । ବର୍ଷା ଯୋଗୁଁ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ଗଲି ରାସ୍ତାରେ ବର୍ଷା ଜଳ ପୂର୍ଣ ହୋଇ ଯାଇଛି । ଧର୍ମଗଡ଼ ସହର ସିଟି ସ୍କୁଲ ଛକ, ତିନି ଛକ ଠାରୁ ଶିଶୁମନ୍ଦିର ଛକ, ଗୋରୁ ବଜାର ପଡା,କେ.ଡି.ଏମ ସ୍କୁଲ ନିକଟରେ ମୁଖ୍ୟରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିଲା । ଫଳରେ ରାସ୍ତା କଡରେ ଥିବା ଅନେକ ଘରେ ଓ ଦୋକାନରେ ବର୍ଷା ଜଳ ପସିଯାଇଥିଲା ।

ସୂଚନା ମତାବକ ସହରର ବିଭିନ୍ନ ୱାଡ଼ରେ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ତଥା ବ୍ୟବହାର ଜଳ ନିଷ୍କାସନ୍ ରେ ବହୁ ସମୟରେ ସମସ୍ୟା ଦେଖା ଦେଇଥାଏ । ମୁଖ୍ୟତଃ ସହରରେ ମଧ୍ୟ ଭାଗରେ ଥିବା ଜଗନ୍ନାଥ ପଡ଼ାରେ ଏହି ସମସ୍ୟା ସର୍ବାଧିକ ରହିଛି । ଅରବିନ୍ଦପଡ଼ାରେ ଡ୍ରେନେଜ ବ୍ୟବସ୍ଥା ଥିଲେ ମଧ୍ୟ ଠିକ ଭାବରେ ପାଣି ନିଷ୍କାସନ ଠିକ ଭାବରେ ହେଉନଥିବା ଦେଖା ଯାଇଛି । ଅନ୍ୟ ପକ୍ଷ୍ୟରେ ଧର୍ମଗଡ଼ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଡ୍ରେନ ନିର୍ମାଣ ହୋଇଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଠିକ ଭାବେ ହେଉନଥିବା ଯୋଗୁଁ ଏଥିରେ ଅଳିଆ ଆବର୍ଜନା ରହି ଯାଉଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେଉଛି । ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ କରିବାସହ ବର୍ଷାଜଳ ଓ ବ୍ୟବହାର ଜଳ ନିଷ୍କାସନକୁ ପ୍ରସାଶନ ଶୀଘ୍ର ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here