“କଳାଞ୍ଜଳି” ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

0
85

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “କଳାଞ୍ଜଳି” ସେବା ସଂସ୍ଥା ପକ୍ଷରୁ “ପ୍ରଭା” ଅନୁଷ୍ଠାନ ସହଯୋଗରେ ପାରଳାଖେମୁଣ୍ଡି ଠାରେ ଥିବା ଡାଃ ରବି ନର୍ସିଂ ହୋମ ର ମୁଖ୍ୟ ଡାଃ ଆର:ରବି ଙ୍କ ସ୍ବର୍ଗୀୟ ପିତା ଆର:ସାମ୍ଭା ଶିବାରାଓଙ୍କ ସ୍ମୃତି ଉଦ୍ଦେଶ୍ ରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସ୍ୟା ଶିବିର କାର‌୍ୟ୍ୟକ୍ରମ , ଜିଲ୍ଲା ପ୍ରଶାସନ ସହମତିରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଶିବିର କାର‌୍ୟ୍ୟକ୍ରମରେ ପଡୋଶୀ ଆନ୍ଧ୍ରର ବିଶାଖାପାଟନାମ୍ ସ୍ଥିତ କୁଇନ ଏନ:ଆର:ଆଇ: ହସପିଟାଲର ବିଭିନ୍ନ ବିଭାଗର ୪ ଜଣ ବିଶେଷଜ୍ଞ ଡା଼କ୍ଟର୍ ଯୋଗ ଦେଇ ୭୦୦ ରୁ ଅଧିକ ବିଭିନ୍ନ ପ୍ରକାରର ରୋଗୀ ମାନଙ୍କ ସ୍ବାସ୍ଥ୍ୟ-ଚିକିତ୍ସ୍ୟା ଓ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଥିଲେ । ଶିବିର କାର‌୍ୟ୍ୟକ୍ରମରେ ଆବଶ୍ୟକ ସ୍ଥଳେ ରୋଗୀ ମାନଂକ ପରୀକ୍ଷା ପାଈଁ ଇସିଜି ଏବଂ ୨ ଡି-ଇସିଏଚଓ ମଧ୍ୟ ରହିଥିଲା ।
ଏହି ସ୍ବାସ୍ଥ୍ୟ-ଚିକିତ୍ସ୍ୟା ଶିବିରରେ କୁଇନ ଏନ:ଆର:ଆଇ: ହସପିଟାଲର ଛାତି-ରୋଗ ବିଶେଷଜ୍ଞ ଡାଃ-କେ:ସୁରେନ୍ଦ୍ର , ହୃଦ୍-ରୋଗ ବିଶେଷଜ୍ଞ ଡାଃ-ଏସ:ଏସ:ପି:-ସୁଵ୍ରମଣ୍ୟାମ୍ , ଅସ୍ଥିଶଲ୍ୟ ବିଶେଷଜ୍ଞ ଡାଃ-ପି: ଶରତ ରାମା ଏବଂ ଔଷଧ ବିଶେଷଜ୍ଞ ଡାଃ-ସୟେଦ ରାହାମ୍ ତୁଲ୍ଲା ଙ୍କ ସମେତ ପାରଳାଖେମୁଣ୍ଡି ରବି ନର୍ସିଂ ହୋମ ମୁଖ୍ୟ ଡାଃ- ଆର:ଆର: ରବି ପ୍ରମୁଖ ଯୋଗ ଦେଇ ମାଗଣା ଚିକିତ୍ସ୍ୟା ସେବା ଯୋଗାଇ ଦେଇଥିଲେ ।
ମୁଖ୍ୟତଃ ଗୋଟିଏ ସ୍ଥାନରେ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ର ଅଞ୍ଚଳର ବିଭିନ୍ନ ପ୍ରକାରର ରୋଗୀ ମାନଙ୍କୁ ବିଭିନ୍ନ ପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସ୍ୟା ସେବା ଯୋଗାଇ ଦେବା ଏହି କାର‌୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ ବୋଲି “କଳାଞ୍ଜଳି” ଓ “ପ୍ରଭା” ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ଏହି କାର‌୍ୟ୍ୟକ୍ରମରେ କୁଇନ-ଏନଆରଆଇ ହସପିଟାଲର ୪ ଜଣ ଡାକ୍ତରଙ୍କ ସମେତ ୧୪ ଜଣ କର୍ମଚାରୀ ଯୋଗ ଦେଇଥିବା ବେଳେ ସମସ୍ତ କାର‌୍ୟ୍ୟକ୍ରମକୁ ଅନୁଷ୍ଠାନର ଲୋକ ସମ୍ପର୍କ ଅଧିକାରୀ ଶ୍ରୀନିବାସ ବେହେରାଙ୍କ ସମେତ “କଳାଞ୍ଜଳି” ଅନୁଷ୍ଠାନର ବି:ଏସ:ରାଓ ଏବଂ ଵି:ଜନାର୍ଦ୍ଦନ ଓ ତାଙ୍କ ଟିମ ଏବଂ “ପ୍ରଭା” ଅନୁଷ୍ଠାନର ନିର୍ଦ୍ଦେଶକ ଏ: ଆପ୍ପା-ରାଓ ନାନାଜି ଓ ତାଙ୍କ ଟିମ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here