ଧର୍ମଗଡ଼ (ଓବି ନ୍ୟୁଜ)(ସୁଧୀର କୁମାର ଗୋପାଳ): କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଶହ ଶହ ଯାଦବ ଭାଇ ମାନଙ୍କୁ ନେଇ ଭବାନୀପାଟଣା ଅମଳା ଭବନ ଠାରେ ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ତାଙ୍କ ଇଷ୍ଟ ଦେବଙ୍କୁ ପୂଜାର୍ଚନା କରି ସଭାକାର୍ୟ ଆରମ୍ଭ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଚୟ ଧଙ୍ଗଡାମାଝୀ , ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ, ଉକ୍ତଳ ଯାଦବ ମହାସଭା ଉପ ସଭାପତି ଧନେଶ୍ବର ଭାଟି, ଜିଲ୍ଲା ଯାଦବ କର୍ମଚାରୀ ସଂଘ ସଭାପତି ଲକ୍ଷ୍ମଣ ବଛା, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଧର୍ମଗଡର ଅଧ୍ୟାପକ ମାଧବ ଲହଜଳ ପ୍ରମୁଖ ଉପସ୍ଥିତ ହୋଇ ସମାଜର ଉନ୍ନତି ମୂଳକ କାର୍ୟ୍ୟ ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ୟ୍ୟକ୍ରମକୁ ଲାଞ୍ଜିଗଡ ସଭାପତି ଡିଳେଶ ନାଗ, ଧର୍ମଗଡ ସଭାପତି ଲବଣି ରାଉତ, ଜୁନାଗଡ ଏନ ଏ ସି ସଭାପତି ପ୍ରେମାନନ୍ଦ ଘି, କୋକସରା ସଭାପତି ଶରତ ରାଉତ ପ୍ରଭୁତି ସହଯୋଗ କରିଥିଲେ ଓ ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିଲେ ଏବଂ ଯୁବ ଯାଦବ ଅଲେଖ ଚନ୍ଦ୍ର ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ।