ଦୁବାଇ ରେ ପୁଣି ଏକ ଶ୍ରମିକ ର ମୃତ୍ୟୁ

0
58

ଖଲ୍ଲିକୋଟ (ଓବି ନ୍ୟୁଜ):ଗଂଜାମ ଜିଲ୍ଲା ର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଂଚାୟତ ର କୈଠଡ ଗ୍ରାମ ର ଜୟ ଦଳେଇ ନାମକ ଜଣେ ଯୁବକ ରୋଜଗାର କରିବା ପାଇଁ ୧୮ ମାସ ପୂର୍ବରୁ ଦୁବାଇ ଯାଇଥିଲେ | କୌଣସି କାରଣରୁ ସେଠାରେ ଗତ ଶୁକ୍ରବାର ଜୟ ଦଳେଇଙ୍କ ଦେହାନ୍ତ ହୋଇଥିବା ଖବର ପାଖରେ ଥିବା ସମ୍ପର୍କୀୟ ଭାଇ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ | ଏହି ଖବର ଶୁଣିବା ମାତ୍ରେ ସ୍ତ୍ରୀ ହୀରା ଦଳେଇଙ୍କ ପାଦ ତଳୁ ମାଟି ଖସି ଯାଇଥିଲା | ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ବାପା ଅଙ୍ଗଦ ଦଳେଇଙ୍କ ଆଖିରୁ ଲୁହ ସୁଖୁନଥିବାବେଳେ ସାନ ପୁଅ ଓ ଦୁଇ ଝିଅ ଘଡ଼ିକ ପରେ ଘଡ଼ିଏ ଅଚେତ ହେବାରେ ଲାଗୁଛନ୍ତି | ଗାଁ ରେ ଶୋକ ର ଛାୟା ଖେଳି ଯାଇଛି |

ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଜିଲ୍ଲାପାଳ , ଶ୍ରମାଧିକରୀ, ଶ୍ରମମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମୃତ ଜଯର ଶବକୁ ନିଜ ଗ୍ରାମକୁ ଆଣିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ସୋନମ ପଲେଇ ପରିବାର ଲୋକମାନଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ କହିଛନ୍ତି | ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସହ ଶ୍ରମ ନିରୀକ୍ଷକ କୈଠଡ ପହଂଚି ପ୍ରାଥମିକ ତଦନ୍ତ କରିବା ସହ ଶୀଘ୍ର ମୃତ ଶରୀର କୁ ଗ୍ରାମକୁ ଆଣିବାକୁ ପ୍ରତିଶୃତି ଦେଇଛନ୍ତି | ପ୍ରକାଶ ଥାଉ କି ଗତ ୩ ତାରିଖ ଦିନ ଖଲ୍ଲିକୋଟ ବ୍ଲକ ର ପଥରା ଗ୍ରାମ ର ବସନ୍ତ ସାଧବ ନାମକ ଜଣେ ଶ୍ରମିକ ଆବୁଧାବି ରେ ମୃତ୍ୟୁବରଣ କରିଥିଲା | ଗତ ୩ ବର୍ଷ ଭିତରେ ବ୍ଲକ ର ୫ଜଣ ଶ୍ରମିକଙ୍କ ଆରବୀୟ ଦେଶ ମାନଙ୍କରେ ମୃତ୍ୟୁ ହୋଇଥିବା ଜଣାପଡିଛି |

LEAVE A REPLY

Please enter your comment!
Please enter your name here