ବିଷାକ୍ତ ନାଗ ସାପ କାମୁଡାରେ ଦିନମଜୁରିଆଙ୍କ ମୃତ୍ୟୁ

0
161

ବେଲଗୁଣ୍ଠା (ଓବି ନ୍ୟୁଜ)(ସନ୍ତୋଷ ବିଷୋୟ): ବେଲଗୁଣ୍ଠା ଗୋଲସାହିର ଏଲ୍.କାଳିଆ ପାତ୍ର(୫୫) ନିଜ ଘରେ ସଂଧ୍ୟା ୬ଟା ରେ କୌଣସି ଜିନିଷ ଖୋଜୁଥିବା ବେଳେ ଘରେ ଏକ ନାଗ ସାପ କାଳିଆଙ୍କ ହାତକୁ କାମୁଡି ଦେଇଥିଲା । କାଳିଆ ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ ଯାଇ ଥିଲେ ।ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ କାଳିଆଙ୍କ ମୃତ୍ୟୁ ଘଟିଥିଲା ।କାଳିଆ ଜଣେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରିଆସୁଥିଲେ । ଆଜି କାଳିଆ ଓ ତାଙ୍କ ସ୍ତ୍ରୀ ଧାନ ରୋଇବା ପାଇଁ ଯାଇଥିବା ବେଳେ କାଳିଆଙ୍କୁ ଭୋକ ଲାଗିବାରୁ ଘରେ ଥିବା ରୋଟି ଖାଇବା ପାଇଁ ବାହାର କରୁଥିବା ବେଳେ ସାପଟି କାମୁଡି ଦେଇଥିବା ଜଣାପଡିଛି । ସଂଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଛେଦ ହୋଇପାରିନାହିଁ । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here