ଖଲ୍ଲିକୋଟ (ଓବି ନ୍ୟୁଜ)(ବିଭୂତି ଭୁଷଣ ତ୍ରିପାଠୀ) :- ରମ୍ଭା ଥାନା ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟ୍ରକ ରୁ ୯ କୁଇଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ଦୁଇଜଣଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ,ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାୟଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ର ସମସ୍ତ ଥାନା ଅଧୀକାରୀମାନଙ୍କୁ ରାତ୍ରୀକାଳୀଣ ପେଟ୍ରୋଲିଂ କରୁଥିବା ନିର୍ଦ୍ଦେଶ ଦେଇଥିବା ବେଳେ ଶନିବାର ପ୍ରାତଃ ୩ଟା ବେଳେ ରମ୍ଭା ଏନଏଚ୍ ରେ ଏକ ଟ୍ରକ (ଓଡି୦୨ଏକ୍ୟୁ ୪୧୯୯) ରେ ଚୋରା ଚାଲାଣ ହେଉଥିବା ନେଇ ରମ୍ଭା ଥାନା ଆଇଆଇସି ବିଷେଷ ସୁତ୍ର ରୁ ଖବର ପାଇଥିଲେ ।

ଏନଏଚରେ ଯାଉଥିବା ଟ୍ରକଟି ଯିବା ସମୟରେ ଥାନା ଆଇଆସି ଟ୍ରକଟିକୁ ଅଟକାଇ ଯାଂଚ କରିବା ସମୟରେ ସେଥିରୁ ୯ କୁଇଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରସନ୍ନ ମହାପାତ୍ର ଓ ପବିତ୍ର କୁମାର ସାହୁଙ୍କୁ ଗିରଫ୍ କରିଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିଲେ । ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୬ ଲକ୍ଷରୁ ଉଦ୍ଧ୍ୱର୍ ହବେ ବୋଲି ଅନୁମାନ କରାଯାଉଛି ।