ଗଞ୍ଜାମ (ଓବି ନ୍ୟୁଜ): ଗଞ୍ଜାମ ବ୍ଲକ ଅଧିନସ୍ଥ ସନ୍ତୋଷପୁର ପଞ୍ଚାୟତ ର ସାନ ଗୋପାଳ ପୁର ଗ୍ରାମରର ଘର ର ପଲସ୍ତରା ପଡି 3 ଜଣ ଶିଶୁ କନ୍ୟା ଆହତ ହୋଇଥିବା ଜଣା ପଡ଼ିଛି। ଆହତ ମାନେ ହେଲେ ସତ୍ୟ ପ୍ରସାଦ ତରାଇ ଙ୍କ ଝିଅ ତାପସ୍ୱିନୀ ତରାଇ,ତାଙ୍କ ଭାଇଙ୍କର ଦୁଇଝିଅ ଲିସା ଓ ଶ୍ରାବଣି । ସେମାନଙ୍କ ବୟସ 5 ବର୍ଷ ରୁ 7 ବର୍ଷ ମଧ୍ୟରେ ହେବ। ପ୍ରାପ୍ତ ସୂଚନା ଅନୁଯାୟୀ ତିନି ଭଉଣୀ ଶନିବାର ରାତ୍ର 9ଟା ରେ ଏକାଠି ମିଶି ଖାଉଥିବା ବେଳେ ହଠାତ ଘର ଛାତ ପଲସ୍ତରା ପଡିଯାଇଥିଲା। ଫଳରେ ସେମାନେ ଆହତ ହୋଇ ଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଖଣ୍ଡଦେଉଳି ଓ ପରେ ଛତ୍ରପୁର ମେଡିକାଲ ନେଇ ଚିକିତ୍ସା କରାଇଥିଲେ।ଖବର ପାଇ ରବିବା ସ୍ଥାନୀୟ ସରପଞ୍ଚ ନିରଞ୍ଜନ ରେଡି ପହଞ୍ଚି ଉକ୍ତ ପରିବର କୁ ଇନ୍ଦିରା ଆବାସ ପ୍ରଦାନ ନିମନ୍ତେ ପ୍ରତିଶୃତି ଦେଇଥିବା ବେଳେ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ,ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଉମାଜେନା ପହଞ୍ଚି ଆହତ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।