ସ୍ୱଛ ପାତ୍ରପୁର ମିଶନର ଶୁଭାରମ୍ଭ

0
63

ପାତ୍ରପୁର (ଓବି ନ୍ୟୁଜ୍ ) (ବଦ୍ରି ନାରାୟଣ ରଣା) ‘ସ୍ୱଛ ପାତ୍ରପୁର ମିଶନ’ର ଏକ ସୁନ୍ଦର ପଦକ୍ଷେପ ଅଂଚଳର ଯୁବପିଢୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଏହାର ମୂଳ ଲକ୍ଷ୍ୟ ପାତ୍ରପୁର ବ୍ଳକକୁ ସ୍ୱଛ ଓ ସୁନ୍ଦର କରିବା । ପାତ୍ରପୁର ଏକ ହେଉ କ୍ୱାଟର ହୋଇଥିଲେ ସୁଦ୍ଧା ସ୍ୱଛତାରେ ଢେର ପଛରେ ପଡ଼ିଥିôବା ବେଳେ ପଲିଥିନର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ଯାହାକୁ ନେଇ ପରିବେଷ ଦୂଷିତ ହେବା ସହିତ ବିଭିନ୍ନ ସମୟରେ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ସ୍ୱଛତା ଓ ସୁନ୍ଦରତାକୁ ଦୃଷ୍ଟିରେ ରଖି ପାତ୍ରପୁରକୁ ସ୍ୱଛତା ରଖିବା ଲାଗି ଅଂଚଳର ଯୁବପିଢୀଙ୍କ ଦ୍ୱାରା ସ୍ୱଛ ପାତ୍ରପୁର ମିଶନ ଶୁଭାରମ୍ବ ହୋଇଛି । ପାତ୍ରପୁର ଅଂଚଳକୁ ପଲିଥିନ ଆବର୍ଜନା ମୁକ୍ତ କରିବା ରଖି ପ୍ରତ୍ୟେକ ଦିନ ସକାଳ ୬ରୁ ୮ ପର୍ଯ୍ୟନ୍ତ ସ୍ୱଛଭାରତ ଓ ପଲିଥିନକୁ ବର୍ଜନ ପାଇଁ ସଚେତନତା କରାଯିବା ଲକ୍ଷ୍ୟ ରଖାଯାଇଛି । ଆଜି ସକାଳେ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ପାତ୍ରପୁର ଗ୍ରାମର ଶିକ୍ଷାନୁଷ୍ଠାନ, ବଜାର ଓ ବସଷ୍ଟାଣ୍ଡ ବୁଲି ସ୍ୱେଛାସେବୀ ଓ ଛାତ୍ର ମାନେ ଲୋକଙ୍କୁ ସଚେତନତା କରିଛନ୍ତି । ସେଥିଲାଗି ଆଜି ପ୍ରତ୍ୟେକ ଦୋକାନ ବୁଲି ପଲିଥିନର ବର୍ଜନ କରିବାକୁ ସ୍ୱେଛାସେବୀ ମାନେ କହିଥିବା ବେଳେ ଆସନ୍ତା କାଲି ଠାରୁ ପ୍ରତ୍ୟେକ ଘର ଘର ବୁଲି ଏହାର ଉପରେ ସଚେତନତା କରାଯିବ ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ନିଳାଂଚଳ ପଟ୍ଟନାୟକ, କେଦାର ନାଥ ଅଧିକାରୀ, ରବିନ୍ଦ୍ର କୁମାର ସାହୁ, ସୁରେଶ କୁମାର ପଟ୍ଟନାୟକ, ତପନ ନାୟକ, କ୍ଷୀରସିନ୍ଧୁ ମହାନ୍ତି, ଶିଶିନ୍ଦ୍ରା ରେଡ଼ୀ, ନିତେଶ କୁମାର ମହାନ୍ତି , ରାଜେନ୍ଦ୍ର ପଣ୍ଡା, ଲକ୍ଷ୍ମୀକାନ୍ତ ସାହୁ, ସାଇ , ଅନିଲ ନାୟକ, ଭାସ୍କର ତିଆଡ଼ିଙ୍କ ସହ ବହୁ ଯୁବପିଢି ଏଥିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାତ୍ରପୁର ସ୍ୱଛତା ହେଲା ଯାଏଁ ଲାଗି ରହିବ ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତେବେ ପ୍ରଶାସନ ଯଦି ସହଯୋଗ କରେ ଏହି ଲକ୍ଷ୍ୟ ସଫଳ ହେବାରେ ଯଥେଷ୍ଟ ସାହାର୍ଯ୍ୟ ହୋଇପାରିବ ବୋଲି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here