ବେଗୁନିଆପଡ଼ା (ଓବି ନ୍ୟୁଜ):ଏହି ବ୍ଲକ ଅନ୍ତର୍ଗତ ବୁରୁଝରି ସ୍ଥିତ କାଳୀମନ୍ଦିର ଛକ ଠାରେ ଜୀବନଦୂତୀ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ତାପସ କମ୍ପ୍ୟୁଟର ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ସ୍ଥାନୀୟ ନବଘନ ନାୟକ କଲେଜର ପ୍ରତିଷ୍ଠାତା ତ୍ରିନାଥ ନାୟକ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର ନାଥ ପରିଡା, ଦେବରାଜ ସ୍ଵାଇଁ, ଟ୍ରଷ୍ଟର ସଭାପତି ସନ୍ତୋଷ କୁମାର ବିଶ୍ଵାଳ, ସଂଯୋଜକ ତଥା ସମ୍ପାଦକ ଟୁକୁନା ପ୍ରଧାନ, ମହେନ୍ଦ୍ର କୁମାର ଗଉଡ, ରବିନ୍ଦ୍ର ନାଥ ମହାରଣା, ଅରୁପକ୍ଷନନ୍ଦ ପଟ୍ଟନାୟକ, ପ୍ରସନ୍ନ କୁମାର ଦୋରା, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗୀରଥୀ ସ୍ଵାଇଁ, ସି ଆର୍ ସି ରାଜେନ୍ଦ୍ର ସେଠୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ । ୧୦ ଟି ପଞ୍ଚାୟତରେ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିଖିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହି କେନ୍ଦ୍ର ସମସ୍ତଙ୍କ ପାଇଁ ଆଶା ସ୍ରୁଷ୍ଟି କରିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।