ଇଂଜିନିୟରିଂ ଛାତ୍ର ଛାତ୍ରୀଙ୍କ ବିକାଶ ନିମନ୍ତେ ସହାୟକ ହେବ ନାଇନ୍ଥ ସେମ ପୋର୍ଟାଲ ୱେବ ସାଇଟ : ଯୁବ ଇଂଜିନିୟରଙ୍କ ପ୍ରୟାସ

0
115

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) ; ଇଂଜିନିୟରିଂ ଶିକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ସଫଳତାର ଅଭିବୃଦ୍ଧି ଏବଂ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶ ଭଳି ବହୁବିଧ ପ୍ରଗତି ର ଲକ୍ଷ ନେଇ ଏକ ନୂତନ ତଥା ଅଭିନବ ଉପାୟର ସୁତ୍ର “ନାଇନ୍ଥ ସେମ” ପୋର୍ଟାଲ ୱେବ ସାଇଟ ଗତ ତା. ୧୫.୦୮.୨୦୨୦ ରିଖ ତଥା ୭୪ ତମ ସ୍ୱାଧିନତା ଦିବସରେ ଲୋକାର୍ପିତ ହୋଇଯାଇଛି । ଫଳରେ ଓଡିଶା ଏବଂ ଅନ୍ୟ ରାଜ୍ୟ ମାନଙ୍କର ବହୁତ ଇଂଜିନିୟରିଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କର ପ୍ରଶଂସାର ସୁଅ ଛୁଟୁଛି ଏହାର ଉଦ୍ୟୋକ୍ତା ମାନଙ୍କୁ । “ଅଭ୍ୟୁକ୍ତ ଏଜୁଟେକ ପ୍ରା.ଲି” ର ପ୍ରତିଷ୍ଠାତା ତଥା ଇଲେକ୍ଟ୍ରିକାଲ ଇଂଜିନିୟର ଅମ୍ବିକା ପ୍ରସନ୍ନ ଧଳ,କେମିକାଲ ଇଂଜିନିୟର ସୋମ୍ୟ ରଞ୍ଜନ ସାହୁ ଏବଂ ମେକାନିକାଲ ଇଂଜିନିୟର ଟେଲିପ ପ୍ରଧାନଙ୍କ ଉଦ୍ୟମରେ ପ୍ରତିଷ୍ଠିତ “ନାଇନ୍ଥ ସେମ୍ “ ଭାରତ ସରକାରଙ୍କ “ଷ୍ଟାର୍ଟ ଅପ୍ ଇଣ୍ଡିଆ” ଦ୍ୱାରା ସ୍ୱୀକୃତୀ ପାଇବା ସହ ଭାରତ ସରକାରଙ୍କ ଉଦ୍ୟୋଗ ସଂବଧନ ଓ ଅନ୍ତରିଣ ବ୍ୟାପାର ବିଭାଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଏହି ଅଭ୍ୟୁକ୍ତ ଏଜୁଟେକ ପ୍ରା.ଲି ତଥା ଏହାର ଏକ ଅଂଶ “ନାଇନ୍ଥ ସେମ” ର ମୁଖ୍ୟ ଉଦ୍ୟକ୍ତା ତଥା ଅନ୍ୟତମ ନିର୍ଦ୍ଦେଶକ ଅମ୍ବିକା ପ୍ରଶନ୍ନ ଧଳ ଛତ୍ରପୁର ସରସ୍ୱତୀ ଶିଶୂ ମନ୍ଦିରରୁ ୨୦୦୯ ରେ ଉତ୍ତିର୍ଣ୍ଣ ହୋଇ ଭୁବନେଶ୍ୱର ସ୍ଥିତ ରୟାଲକଲେଜ ଅଫ୍ ସାଇନ୍ସ ରୁ +୨ ବିଜ୍ଞାନ ଏବଂ ଗୁଣୁପୁର ସ୍ଥିତ ଗାନ୍ଧୀ ଇଂଜିନିୟରିଂ ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରୁ ଇଲେକ୍ଟ୍‌ିକାଲ ଇଞ୍ଜିନିୟରିଂ ରେ ଡିଗ୍ରୀ ହାସଲ କରି ବର୍ତ୍ତମାନ ପୁନେ ମୁମ୍ବାଇ ସ୍ଥିତ ସିନର୍ଜୀ-କୋଲିୟର୍ସ ନାମକ ଏକ ଅନ୍ତରାଷ୍ଟ୍ରୀୟ ନିର୍ମାଣ ପରାମର୍ଶ ଦାତା କମ୍ପାନୀରେ ବରିଷ୍ଟ ପ୍ରକଳ୍ପ ପରିଚାଳକ ଭାବେ କାର୍ଯ୍ୟରତ । ଏନେଇ ଆଜି ଆମ ପ୍ରତିନିଧୀ ତାଙ୍କ ସହ ସାକ୍ଷାତ କରି ଇଂଜିନିୟରିଂ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ତାଙ୍କର ଏଭଳି ଏକ ଭିନ୍ନ ଧରଣର ସହାୟତା କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।


ପ୍ରଶ୍ନ ; କେଉଁ ପରିସ୍ଥିତିରେ ଆପଣ ଏହିଭଳି ଏକ ସୁ ଚିନ୍ତିତ ଉପାୟ ଚିନ୍ତା କରି ଉକ୍ତ ଅନୁଷ୍ଠାନକୁ ଗଠନ କରିଛନ୍ତି ?
ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ କଲେଜରୁ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରି ପାସ୍ ହୋଇଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭ ପ୍ରତିଶତ ଛାତ୍ରଛାତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ବୋଲି ୨୦୧୯ ର ଆସ୍ ପାଇରିଙ୍ଗ ମାଇଣ୍ଡ ର ଏକ ସର୍ଭେରୁ ଜଣାପଡିଛି । ବାକି ୯୩ ପ୍ରତିଶତ ଛାତ୍ରଛାତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ନ ହେବା ପଛରେ କାରଣ ମୁଖ୍ୟତଃ ଅନ-ତ୍ୟାଧୁନିକ ବୈଷୟିକ ଶିକ୍ଷା ପ୍ରଣାଳୀ,କୌଶଳ ଭିତିକ ବ୍ୟବହାରିକ ଶିକ୍ଷା (ପ୍ରାକ୍ଟିକାଲ ଓ ସ୍କିଲ୍ ବେଶଡ ଟ୍ରେନିଙ୍ଗ) ର ଅଭାବ ଅଟେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ନିର୍ଭର ଭାରତ,ମେକ୍ ଇନ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଦ୍ୱାରା ଭାରତକୁ ବିଶ୍ୱ ର ଏକ ଅଗ୍ରଣୀ ଇଞ୍ଜିନିୟରିଂ ଓ ମାନୁଫାକଚରିଂ ହବ୍ ରେ ପରିଣତ କରିବା ର ସ୍ୱପ୍ନ ଦେଖୁଥିବା ବେଳେ ଭାରତର ଆଗାମୀ ଇଞ୍ଜିନିୟର ପିଢିଙ୍କ ଠାରେ ଅତ୍ୟାଧୁନିକ କୌଶଳ ଭିତ୍ତିକ ଜ୍ଞାନ ର ଅଭାବ ବଡ ଚିନ୍ତାଜନକ ଅଟେ । ତେଣୁ ଏଭଳି ଏକ ଉପାୟ ଚିନ୍ତା କରିବାକୁ ପଡିଲା ।
ପ୍ରଶ୍ନ ; ଆଗାମୀ ପିଢି ର ବୈଷୟିକ ଛାତ୍ର୍ ଛାତ୍ରୀ ମାନଙ୍କୁ ଏହା କିଭଳି ଭାବେ ସହାୟତା ଯୋଗଇ ପାରିବ ?
ଏତଦ୍ ବ୍ୟତୀତ ଓଡିଶା ତଥା ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜ ରେ ପ୍ରୀ-ପ୍ଲେସମେଂଟ ଟ୍ରେନିଙ୍ଗ ରେ ଆଇଟି ଉଦ୍ଦେଶ୍ୟ ଭିତ୍ତିକ ଟ୍ରେନିଙ୍ଗ ଦିଆଯାଉଥିବା ବେଳେ ମୁଳ ବା କୋର ଇଞ୍ଜିନିୟରିଂ ଉଦ୍ୟୋଗ ଯଥା ମେକାନିକାଲ,ଇଲେକ୍ଟ୍ରିକାଲ,ସିଭିଲ୍‌,କେମିକାଲ ଓ ମେଟାଲରଜିକାଲ୍ ଇଂଜିନିୟରିଂ ଉଦ୍ୟୋଗ ଭିତିକ ପ୍ରଶିକ୍ଷଣ ଦିଆଯାଇପାରିନଥାଏ । ଯାହାଫଳରେ ଦେଶରେ ବିଭିନ୍ନ ସରକାରୀ ମହାରତ୍ନ,ନବରତ୍ନ ଉଦ୍ୟଗ ଠାରୁ ଆରମ୍ଭ କରି ଅଗ୍ରଣୀ ବେସରକାରୀ କୋର କମ୍ପାନୀ ସତ୍ତ୍ୱେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ଉପରୋକ୍ତ ଶିକ୍ଷା ଅଭାବରୁ ନିଯୁକ୍ତି ପାଇବାରେ ବଂଚିତ ହୁଅନ୍ତି । ଯଦିବା ଅଳ୍ପ କେତେ ଜଣ ନିଯୁକ୍ତି ପାଇପାରନ୍ତି ସେମାନେ ଉପଯୁକ୍ତ କୌଶଳ ଭିତ୍ତିକ ଶିକ୍ଷା ଅଭାବରୁ କମ୍ ଦରମାରେ ନିଯୁକ୍ତି ପାଇଥାନ୍ତି । ତେଣୁ ଏହା ନିଶ୍ଚିତ ଭାବେ ଆଗାମୀ ପୀଢୀର ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ଯୋଗାଇ ପାରିବ ।
ନାଇନ୍ଥ ସେମ୍ ର ଅର୍ଥ କଣ?
ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସମୁଦାୟ ୮ ଟି ସେମିଷ୍ଠାର ରହିଛି । କିନ୍ତୁ ଜୀବନର ପ୍ରକୃତ ବ୍ୟବହାରିକ ଓ ବୈଷୟିକ ଶିକ୍ଷା ଯାହା କୌଣସି କଲେଜ ପାଠ୍ୟକ୍ରମରେ ଦିଆଯାଇନଥାଏ । ସେହି ନବମ ସେମିଷ୍ଠାର ବା ନାଇନ୍ଥ ସେମ୍ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଏହା ଆରମ୍ଭ କରାଯାଇଛି । ଏହା ଭାରତର ପ୍ରଥମ ଏବଂ ଏକମାତ୍ର ଡିଜିଟାଲ ଲର୍ଣ୍ଣି ପ୍ଲାଟଫର୍ମ , ଯାହା କି, ସମଗ୍ର ଭାରତର କୋର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ କୌଶଳ ଭିତ୍ତିକ ଏବଂ ବ୍ୟବହାରିକ ଦକ୍ଷତା ଭିତିକ ଶିକ୍ଷା ପ୍ରଦାନ କରୁଛି ।
ଏହା କେବେ ଲୋକାର୍ପିତ ହେଲା ଓ ବାସ୍ତବରେ ଛାତ୍ରଛାତ୍ରୀ ବା ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏଥିରେ ସଂଶ୍ଲିଷ୍ଠ ହୋଇପାରିବ କି ?
ଗତ ସ୍ୱାଧୀନତା ଦିବସରେ ଲୋକାର୍ପିତ ହୋଇଥିବା ନାଇନ୍ଥ ସେମ୍ ଭୁବନେଶ୍ୱର ସ୍ଥିତ ଅଭ୍ୟୁକ୍ତ ଏଜୁଟେକ ପ୍ରା;ଲି ର ଏକ ଅଂଶ ଅଟେ । ଯାହାକି ଆମ ୩ ଜଣଙ୍କ ଦ୍ୱାରା ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ପ୍ରାୟ ୧୦ ଜଣ କାର୍ଯ୍ୟକାରୀ ଅଧିକାରୀ ଏବଂ ୫୦ ରୁ ଅଧିକ ଇଣ୍ଡଷ୍ଟ୍ରିଆଲ ଏକ୍ସପର୍ଟ ଏଠାରେ କାର୍ଯ୍ୟରତ ଅଛନ୍ତି । ଯେଉଁମାନଙ୍କ ଭାରତର ଅଗ୍ରଣୀ ସରକାରୀ ଓ ବେସରକାରୀ କମ୍ପାନୀ ଯଥା ଗେଲ,ହାଲ,ଟାଟା ଷ୍ଟିଲ,ଗଦରେଜ,ଏଲ ଏଣ୍ଡ ଟି,ବେଦାନ୍ତ,ଆଦାନୀ , ଟାଟା ମୋଟର୍ସ ଇତ୍ୟାଦି ରେ ୫ ରୁ ୨୫ ବର୍ଷ ପର୍ଯ୍ୟନ୍ତର ବୈଷୟିକ ଅଭିଜ୍ଞତା ରହିଛି ଯାହାକୁ ସେମାନେ ନାଇନ୍ଥସେମ୍ ର ବିଭିନ୍ନ କୌଶଳ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ । ଏତଦ୍ ବ୍ୟତୀତ ଭାରତର କୋଣ ଅନୁକୋଣର ବିଭିନ୍ନ ଅଗ୍ରଣୀ ଇଞ୍ଜିନିୟରିଂ କଲେଜରୁ ପ୍ରାୟ ୩୦ ରୁ ଅଧିକ ଛାତ୍ରଛାତ୍ରୀ କ୍ୟାମ୍ପସ ଆମ୍ବାସଡର ଭାବେ ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କ ନିକଟରେ ଏହାକୁ ଲକ୍ଷ ନେଇ କାର୍ଯ୍ୟ କରୁଛନ୍ତି ।
ଏହା କେଉଁ ସରକାରୀ ସଂସ୍ଥା ଓ ଅନୁଷ୍ଠାନ ର ଅନୁବଳିତ ?
“ନାଇନ୍ଥ ସେମ୍‌” ଗତ ଜୁଲାଇ ମାସରେ ଭାରତ ସରକାରଙ୍କ “ଷ୍ଟାର୍ଟ ଅପ୍ ଇଣ୍ଡିଆ” ଦ୍ୱାରା ସ୍ୱୀକୃତି ପାଇବା ସହ ଭାରତର ମୂଳ ଓ ଅତ୍ୟାବଶ୍ୟକ ଇଞ୍ଜିନିୟରୀ ଯଥା ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲ୍‌, କେମିକାଲ, ମେଟାଲରର୍ଜି ଓ ବାଇଓଟେକ୍ ଇଞ୍ଜିନିୟରୀ ଛାତ୍ରଛାତ୍ରୀ ଓ ଉଦ୍ୟୋଗ ମଧ୍ୟରେ ଥିବା ଦୂରତା କୁ ପୂରଣ କରିବାର ଏହାର ଲକ୍ଷ୍ୟକୁ ଭାରତ ସରକାରଙ୍କ ଉଦ୍ୟୋଗ ସମ୍ବନ୍ଧନ ଓ ଆନ୍ତରିକ ବ୍ୟାପାର ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ,ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଓଡିଶା ସରକାରଙ୍କ ଷ୍ଟାର୍ଟଅପ୍ ଓଡିଶା ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାରୁ ସ୍ୱିକୃତୀ ପାଇଁ ମଧ୍ୟ ପ୍ରଚେଷ୍ଟା ଚାଲୁଅଛି ।
ଭବିଷ୍ୟତ ଯୋଜନା ?
ବର୍ତ୍ତମାନ ଲାଇଟ,ବେସିକ୍ ଓ ପ୍ରିମିୟମ ନାମକ ୩ଟି ପ୍ୟାକେଜ୍ ମାଧ୍ୟମରେ ସାର୍ଟିଫିକେସନ୍ କୋର୍ସ ଅନ୍ ଇନଡଷ୍ଟ୍ରି ମଡେଲସ୍ ,ମକ୍ ଇଂଟରଭ୍ୟୁ,ମକ୍ ଟେଷ୍ଟ,କ୍ୟାରିୟର କାଉନସିଲିଂ ସେସନ୍‌,ଲିଙ୍କଡଇନ୍ ପ୍ରୋଫାଇଲ ଅଡିଟିଙ୍କ,ସିଭି/ରେଜ୍ୟୁମ ମେକିଙ୍ଗ ଭଳି ଅନେକ ସେବା ପ୍ରଦାନ କରାଯିବା ସହିତ କ୍ୟାମ୍ପସ୍ ଚୟନରେ ଇଣ୍ଡଷ୍ଟ୍ରିଆଲ ନେଟୱାର୍କିଂ ସହ ବିଭିନ୍ନ ଶିଳ୍ପଭିତ୍ତିକ ବିଶେଷଜ୍ଞଙ୍କ ଠାରୁ ନିଯୁକ୍ତି ସମ୍ବନ୍ଧୀୟ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଅଗଷ୍ଠ ୧୫ ରେ ଲୋକାର୍ପିତ ହେବା ପର ଠାରୁ ଏକ ସପ୍ତାହ ମଧ୍ୟରେ ପ୍ରାୟ ଏକ ଶହ ଛାତ୍ରଛାତ୍ରୀ ବିଭିନ୍ନ ସେବା ପାଇଁ ପଞ୍ଜିକରଣ କରି ସାରିଲେଣି । କିଛି ଇଞ୍ଜିନିୟରିଂ କଲେଜ ମଧ୍ୟ ବୈଷୟିକ ଓ କୌଶଳ ଭିତିକ ଶିକ୍ଷା ପ୍ରଦାନ ପାଇଁ ନାଇନ୍ଥ ସେମ ସହିତ ଅନୁବନ୍ଧିତ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହାକୁ ଭାରତର ସମସ୍ତ ଇଞ୍ଜିନିୟରି କଲେଜ ର ଛାତ୍ରଛାତ୍ରୀଙ୍କ ଠାରେ ଏହାକୁ ପହଂଚାଇବା ସହିତ ଅଧିକ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କିପରି ନିଯୁକ୍ତି ପାଇବା ପାଇଁ ପ୍ରସ୍ତୁତ କରାଯିବ ସେଥିପାଇଁ ନାଇନ୍ଥ ସେମ ଅନେକ ଯୋଜନା ପ୍ରସ୍ତୁତ କରିଛି । ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହାର ୱେବସାଇଟ www.ninthsem.com କୁ ଯାଇ ବିସ୍ତୃତ ସୂଚନା ପାଇ ପାରିବେ ।

LEAVE A REPLY

Please enter your comment!
Please enter your name here