ବୈଷ୍ଣବ କବି ଗୋପାଳ କୃଷ୍ଣଙ୍କ ସ୍ମୃତି ସନ୍ଧ୍ୟା

0
297

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି-ଗୋପିନି ସାହିରେ ଥିବା ଗୌରହରି ପାଠାଗାର’ର ସଭାଗୃହ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭକ୍ତି ସଂଗୀତ ସଂସଦ” ଓ “ଓଡିଶା ସଂଗୀତ ନାଟକ ଏକାଡେମୀ”ର ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଗୋପାଳ-କୃଷ୍ଣ ପଟନାୟକଙ୍କ ସ୍ମୃତି-ସନ୍ଧ୍ୟା କାର୍ଯ୍ୟକ୍ରମ ମହା ସମାରୋହ’ରେ ଅନୁଷ୍ଠିତ ହୋଇ ଯାଇଛି ।
ସଂସଦର ସଭାପତି , ବସନ୍ତ କୁମାର ଦାସ’ଙ୍କ ସଭାପତିତ୍ୱରେ ଏହି କାର‌୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ । କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଳୟ (ଭୁବନେଶ୍ୱର)’ର ବରିଷ୍ଠ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ କର୍ମମୟ ଜୀବନୀ’ର ସ୍ମୃତି ଚାରଣ କରିଥିଲେ । ଅନ୍ୟପକ୍ଷରେ ତାଙ୍କର ବୈଷ୍ଣବ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ତାଙ୍କର ସାହିତ୍ୟ ଓ ସାରସ୍ୱତ ସାଧନା ଓ ପଦ୍ୟାବଳି ଗୁଡ଼ିକ କିଭଳି ସାରା ରାଜ୍ୟର ସାହିତ୍ୟିକ ଓ ସାରସ୍ୱତ ସାଧକ ମାନଙ୍କ ମଧ୍ୟରେ ରୁଦ୍ଧିମନ୍ତ କରି ପାରିଥିଲା, ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନେ କବି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ଲିଖିତ ୨ ଟି ପୁସ୍ତକ ” ବିକ୍ଷୁବ୍ଦ୍ଧ ଵିଚୀମାଳା ବିଭ୍ରଷ୍ଠ ବୋଇତ” ଏବଂ ” ଅସାରେ ଖଳୁ ସଂସାରେ” ଉନ୍ମୋଚନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସିନ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ସଂସଦର କାର୍ଯ୍ୟକାରୀ ସଭାପତି ଇଂ ତୀର୍ଥବାସି ପଣ୍ଡା , ଉପ-ସଭାପତି ପ୍ରଦୀପ କୁମାର ନାୟକ ଏବଂ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ପ୍ରମୁଖ ଯୋଗ ଦେଇ ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ ସାହିତ୍ୟ-କୃତି ଓ ପଦ୍ୟାବଳି ଗୁଡ଼ିକ କିଭଳି ରାଗ , ଛନ୍ଦ , ଅଳଙ୍କାର , ଯତିପାଦ ପ୍ରଭୃତିରେ ଭରିରହି ମୁଖ୍ୟତଃ ରାଧାକୃଷ୍ଣ- ପ୍ରେମଲୀଳା ଉପରେ ଆଧାରିତ ରହୁଥିଲା କହି ଏବଂ ଏହାର ପ୍ରଚାର ପ୍ରସାର ଦିଗରେ ସରକାରୀ ସ୍ତରରେ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ କଲେଜ ସ୍ତର ପାଠ୍ୟ-ବିଷୟ ରଖାଯିବା ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।
କାର୍ଯ୍ୟକ୍ରମରେ ସଂସଦ’ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ଦେବା ସହ ବିବରଣୀ କହିଥିଲେ । ଅତିଥି ମାନଙ୍କ ଦ୍ୱାରା ପୁର୍ବରୁ ଅନୁଷ୍ଠିତ ପଦ୍ୟାବଳି ଓ ଓଡ଼ିଶୀ କଣ୍ଠ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କ ସଂସଦର ସଭାପତି ଶ୍ରୀ ଦାସ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ , ସଂସଦର କାର୍ଯ୍ୟକାରୀ ସମ୍ପାଦକ-ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ ଏବଂ ସଂଗୀତ ବିଦ୍ୟାଳୟର ସମ୍ପାଦକ କୁଞ୍ଜବିହାରୀ ବଡ଼କୁମାର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ , ସାଂସ୍କୃତିକ କାର୍ଯ୍ୟକ୍ରମରେ ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ ରଚିତ ପଦ୍ୟାବଳିରୁ ଆଧାର କରି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉତ୍କଳ ସଂଗୀତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ , ଏବଂ ସଂଗୀତ ଶିକ୍ଷା-ଗୁରୁ ରଘୁନାଥ ପାତ୍ର , ଗୁରୁ ବିଜୟ କୁମାର ପ୍ରଧାନ , ଶର୍ମିଲା ସାମନ୍ତରାୟ ଓ ଭକ୍ତି ସଂଗୀତ ସଂସଦ’ର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ସକ୍ ସଂଗୀତ ପରିବେଷଣ କରିଥିଲେ ।ଏହି ସଂଗୀତ ପରିବେଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂସଦର ବରିଷ୍ଠ ସଦସ୍ୟ ମନୋଜ କୁମାର ପାଢ଼ୀ ।

LEAVE A REPLY

Please enter your comment!
Please enter your name here