ବୀରମହାରାଜପୁର (ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ସାମାନ୍ୟ ବର୍ଷାରେ ବୀରମହାରାଜପୁର ମୁଖ୍ୟ ରାସ୍ତା ଉପରେ ବର୍ଷା ପାଣି ଜମି ରହିବା ସହ ଯିବା ଆସିବାରେ ଅସୁବିଧା ହେଉଛି ! ୧୦ ବର୍ଷ ତଳେ ବୀରମହାରାଜପୁର ସଦର ମୁଖ୍ୟ ରାସ୍ତା ମାନ ନିର୍ମାଣ ହୋଇଥିବା ବେଳେ ପରବତ୍ତୀ ସମୟରେ ଆବଶ୍ୟକ ମରାମତି କରାଯାଇ ନଥିବା କାରଣରୁ ଅନେକ ସ୍ଥାନରେ କଂକ୍ରିଟ ସବୁ ଫାଟି ଯାଇ ଗତ ହୋଇଯାଇଛି,! ଫଳରେ ସାମାନ୍ୟ ବର୍ଷା ରେ ମଧ୍ୟ ସେଠାରେ ଆଣ୍ଠୁଏ ଲେଖାଁଏ ପାଣି ଜମି ରହୁଛି ! ବିଶେଷ କରି ମୁଖ୍ୟ ଚାରିଛକ ଠାରୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ଯାଇଥିବା ରାସ୍ତା ରେ ଉଚ୍ଚନୀଚ ଥିବା କାରଣରୁ ରାସ୍ତା ରେ ପାଣି ଜମି ରହୁଛି ! ଏହି ରାସ୍ତାରେ ସ୍କୁଲ, କଲେଜ, ଅଫିସ, ଡାକ୍ତରଖାନା, ଉପ -ଜିଲ୍ଲାପାଳ କାଯ୍ୟଳୟ, ଆଦର୍ଶ ଥାନା, ଅଗ୍ନିଶମ ଅଫିସ, ଅଦାଲତ ଆଦି ଗୁରୁତ୍ୱ ପୂର୍ଣ୍ଣ ଅଫିସ ରହିଛି ! ଫଳରେ ପ୍ରତିଦିନ ହଜାର ହଜାର ଲୋକ ଏହି ଛକ ଦେଇ ଯିବା ଆସିବା କରୁଛନ୍ତି ! ବର୍ଷା ଦିନରେ ମୁଖ୍ୟ ଛକରେ ପାଣି ଜମି ରହୁଥିବା ଲୋକେ ଭାରୀ ହଇରାଣ ହେଉଛନ୍ତି ! ଶୀଘ୍ର ଏହି ରାସ୍ତା ର ମରାମତି ପାଇଁ ଦାବି ହେଉଛି !