ଦାଦନ ଶ୍ରମିକ ଉଦ୍ଧାର

0
22

ନବରଙ୍ଗପୁର (ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ): ନବରଙ୍ଗପୁର ପୋଲିସ ଦ୍ଵାରା ୩୨ ଜଣ ଦାଦନ ଶ୍ରମିକ ଅଟକ । ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ନବରଙ୍ଗପୁର ପୋଲିସ ଖବର ପାଇ ସହର ର ମାଝୀଗୁଡା ଛକ ନିକଟରେ ନବରଙ୍ଗପୁର ସହର ଦେଇ ଯାଉଥିବା ଉମରକୋଟ ବିଶାଖାପାଟଣା ଏକ ଘରୋଇ ବସ କୁ ଅଟକାଇଥିଲା । ବସ ମଧ୍ୟରୁ ୩୨ଜଣ ଦାଦନ ଶ୍ରମିକ ଥିବା ଦେଖି ସେମାନଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ପୋଲିସ ଷ୍ଟେସନକୁ ଆଣି ପଚରାଉଚରା ଜାରୀ ରଖିଛି । ଦାଦନମାନେ ଛତିଶଗଡ଼ କଣ୍ଡାଗାଁରୁ ତାମିଲନାଡୁ ଯାଉଥିବା ଜଣାପଡ଼ିଛି । ଉଦ୍ଧାର ଦାଦନ ମାନଙ୍କ ମଧ୍ୟରୁ ଦୁଇ ଜଣ ଦଲାଲ ଥିବା ସନ୍ଦେହ କରିଛି ପୋଲିସ । ଅନ୍ୟ ମାନଙ୍କ ମଧ୍ୟରେ ୨୧ ଜଣ ବାଳକ ଓ ୯ ଜଣ ମହିଳା ରହିଛନ୍ତି ଓ ସେମାନଙ୍କ ମଧ୍ୟରେ କିଛି ନାବାଳକ ଓ ନାବାଳିକା ଥିବା ସନ୍ଦେହ କରିଛି ପୋଲିସ । ଅଟକ ଦାଦନ ମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ସନ୍ଦେହ ଦୁଇ ଯୁବକଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here