ବ୍ରହ୍ମପୁର (ଓବି ନ୍ୟୁଜ): ପୁରୁଣା ବ୍ରହ୍ମପୁର ମା କୁଠାରି ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ତ୍ରିନାଥ ମନ୍ଦିର ଯୁବକ ସଂଘ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏମକେସିଜି ଡାଇବେଟିସ ଆସିଷ୍ଟାଣ୍ଡ ପ୍ରଫେସର ଡ଼. ପି ରବି କୁମାର ଓ ଆର.କେ.ଡାଇବେଟିସ ଏଣ୍ଡ ଏଣ୍ଡ କ୍ରାଇନ ସେଣ୍ଟର ମିଳିତ ଆନୁକୂଲ୍ୟରେ ପ୍ରାୟ ୨୫୦ ଲୋକମାନଙ୍କର ରକ୍ତ ସର୍କର। , ରକ୍ତ ଚାପ, ୟୁରିକ ଏସିଡ ର ମାଗଣା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳର କିପରି ଉନ୍ନତି କାଯ୍ୟ ହୋଇପାରିବ ତାଉପରେ ଆଲୋକ ପାତ କରାଯାଇଥିଲା । ଆଜିର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତ୍ତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତ୍ତନ ବିଡିଏ ଅଦକ୍ଷ ସୁବାସ ମହାରଣା, ଡାକ୍ତର ପି ରବି କୁମାର, ପୂର୍ବତ୍ତନ କରୋପେଟର ଦଣ୍ଡ ପାଣି ନାୟକ, ଯୁବ ନେତା ବାବୁ ଗୌଡ଼, ଚିତ୍ର ସେନ ନାୟକ, ସମାଜ ସେବି ସିମା ପାଣିଗ୍ରାହୀ, ଯୁବ ନେତା ଶୋଭନ ନାୟକ, ସହ ତ୍ରିନାଥ ଯୁବ ସଙ୍ଗର ଶଙ୍କର ସାହୁ, ନାରାୟଣ ଚୌଧୁରୀ, ସନ୍ତୋଷ ସାହୁ, ନାରାୟଣ ସାହୁ, ଜଗଦୀଶ ଆଚାରି, ସୁରେନ୍ଦ୍ର ସେନାପତି, ସୁର, ବିଜୟ, ପ୍ରଶାନ୍ତ ନାୟକ, ଧନୁ ବାଡ଼ତିଆ, ଲୋକା, ବାବୁଲା, ସମୀର ଏହି ସ୍ୱାସ୍ଥ୍ୟ ଶିବିରକୁ ସହଯୋଗ କରିଥିଲେ ।