ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଶିଳାନ୍ୟାସ

0
141

ଧରାକୋଟ (ଓବି ନ୍ୟୁଜ)(ଗିରିଜା ପ୍ରସାଦ ରଥ): ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ୱାରା ଜଗାମୋହନ କରାଖାଇ ଠାକୁରାଣୀ ମନ୍ଦିରଠାରୁ ତିଳତମାଦେଇପୁର ଶାସନ ରାସ୍ତାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଭିତିଭୂମି ଉନ୍ନୟନ ପାଣ୍ଠିରୁ ୯୩ ଲକ୍ଷ ୫୩ ହଜାର ୬୩୯ ଟଙ୍କା ବ୍ୟୟରେ ନାବାର୍ଡ଼ ସହାୟତାରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏକ ବର୍ଷ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସମାପନ ହେବ । ଧରାକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ତଦାରଖ ଦାୟିତ୍ୱରେ ରହିବେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଶତ୍ରୁଘ୍ନ ଗୌଡ଼, ଜଗମୋହନ ସରପଂଚ ଶିବରାମ ବାଡ଼ତ୍ୟା । ଜିଲ୍ଲା କଂଗ୍ରେସ ସମ୍ପାଦକ ସୁନିଲ କୁମାର ଚୌଧୁରୀ, ଠିକାଦାର ଶ୍ରୀକାନ୍ତ ମହାନ୍ତି, ବିଚିତ୍ର ସାହୁ, ବଂଶୀଧର ବିଶ୍ୱାଳ, ବନବାସ ପାଢ଼ୀ, ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟଦେବ ମହାରଣା, ରମାକାନ୍ତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ବିଧାୟକ ଅଜଣା ଜନ୍ତୁ ଦ୍ୱାରା ବାହାଡ଼ଗୁଡ଼ା ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ପ୍ରାୟ ୩୫ ଛେଳି ମୃତ ହୋଇଥିବା ସ୍ଥାନକୁ ଯାଇ ସମବେଦନା ଜଣାଇଥିଲେ । ସେହିପରି ନନ୍ଦିଗୋର ଗ୍ରାମର ମୃତକ ଲିଙ୍ଗରାଜ ରାଉତଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here