ଶିବକୁ ଧରିବାକୁ ମେଳି ହେଲେ ଗ୍ରାମବାସୀ

0
1300

ବ୍ରହ୍ମପୁର (ଓବି ନ୍ୟୁଜ) : ଶିବର ତାଣ୍ଡବ ଲୀଳାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି ଗ୍ରାମବାସୀ । ନିଦ ହଜିଗଲାଣି ଅନେକଙ୍କର । ହେଲେ ଇଏ କୈଳାଶ ପର୍ବତର ଶିବ ନୁହଁ ଇଏ ହେଉଛି ଅପରାଧ ଦୁନିଆର ଆତଙ୍କ ଚଳାଉଥିବା ଶିବ । ବ୍ରହ୍ମପୁର ଉପଖଣ୍ଠ ତଥା ଗୋପାଳପୁର ଥାନା ଅଧିନରେ ଥିବା ବଡ଼କୁଶସ୍ତଳୀ ଗ୍ରାମର ଶିବ ସେଠୀଙ୍କ ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଦାଦା ବଟି ଆଦାୟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଶିବ ଓ ତାର ସହଯୋଗୀ ମାନେ ନରେନ୍ଦ୍ରପୁର ଗ୍ରାମରେ ପ୍ରବେଶ କରି ଅପରାଧ ଚଳାଇବା ସହ ସେମାନଙ୍କ ଅପରାଧିକ ସାମ୍ରାଜ୍ୟକୁ ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା, ଭାବିନାରାୟଣପୁର ଓ ଲକ୍ଷ୍ମୀପୁର ଗ୍ରାମକୁ ମଧ୍ୟ ବିସ୍ତାର କରି ସାରିଲାଣି । ଏଣୁ ଗ୍ରାମବାସୀ ମାନେ ତ୍ରାହି ତ୍ରାହି ଡ଼ାକିବା ସହ ତାର ଆତଙ୍କରୁ ମୁକ୍ତି ପାଇବା ପାଇଁ ଏବେ ପୁଲିସର ଶରଣ ନେଇଛନ୍ତି । ଏଥି ପାଇଁ ଗ୍ରାମବାସୀ ମାନେ ଆଜି ମେଳି ବାନ୍ଧି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଂଚିବା ସହ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ତାଙ୍କୁ ଗୁହାରି ଜଣାଇଛନ୍ତି । ଶିବ ଓ ତାର ସହଯୋଗୀକୁ ତୁରନ୍ତ ଧରିବାର ପ୍ରତିଶ୍ରୁତି ଏସପି ଦେବା ପରେ ଗ୍ରାମବାସୀ ଏବେ ଆଶ୍ୱସ୍ତ ଅନୁଭବ କରିଛନ୍ତି ।

LEAVE A REPLY

Please enter your comment!
Please enter your name here