ମହିଳା ମହାବିଦ୍ୟାଳୟରେ ସାହିତ୍ୟ ସମାରୋହ

0
53

ଜି.ଉଦୟଗିରି(ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ): ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ତ୍ରିଧାରା ସାହିତ୍ୟ ସଂସଦ , ବ୍ରହ୍ମପୁର ତରଫରୁ ଏକ ଭ୍ରାମ୍ୟମାଣ ସାହିତ୍ୟ ସମାରୋହ ଅଧ୍ୟକ୍ଷ ଶିବରାମ ସାହୁଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ର ଉପସଭାପତି ଉମାଚରଣ ମିଶ୍ର ପୌରହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ଼. ସମୀର ଭୋଇ,ଆଲୋଚକ ଭାବେ ଡ.ବିଶେଶ୍ୱର ଆଚାର‌୍ୟ୍ୟ , ପ୍ରଦୀପ କହଁର,ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ,ପବିତ୍ରା କୁମାର ସାହୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ସାହିତ୍ୟର କବିତା ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ସୌଦାମିନୀ ମିଶ୍ର ଓ ଲୋକନାଥ ନାୟକଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ପ୍ରଫୁ୍ଲ କୁମାର ତ୍ରିପ।ଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here