ବେଲଗୁଣ୍ଠା (ଓବି ନ୍ୟୁଜ) (ସନ୍ତୋଷ କୁମାର ବିଷୋୟୀ): ଶନିବାର ଗାଙ୍ଗପୁର ଥାନା ମାଁ ବନଦୁର୍ଗା ପୀଠ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ବଡ଼ବୋରସିଂ ହାଇସ୍କୁଲର କିରାଣୀ କନ୍ଧ ପ୍ରଧାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ରାତ୍ରି ୧୨ଘଣ୍ଟ ସମୟରେ ମୃତ୍ୟୁ ଘଟିଥିବା ଜଣାପଡିଛି ।ଆଜି ସକାଳୁ ବଡମେଡିକାଲ ଫାଣ୍ଡି ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ ।ଏ ନେଇ ଗାଙ୍ଗପୁର ଥାନାରେ ୧୩୧/୧୯ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।କନ୍ଧଙ୍କ ଶବ ତାଙ୍କ ଗାଁ କାଳିଆଗୁଡାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।