ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ

0
21

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ, ଆଲୁରି ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ମଞ୍ଚର ସଭାପତି ଇଂ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର କୁଳପତି ଡ଼ଃ ସୁପ୍ରିୟ ପଟନାୟକ ଏବଂ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଅତିରିକ୍ତ ଜିଲ୍ଲା-ମୁଖ୍ୟ ଚିକିତ୍ସ୍ୟାଧିକାରୀ ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ଦୈନନ୍ଦିନ ଜୀବନରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର’ର ବିଭିନ୍ନ ଡି ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମଞ୍ଚ’ର ସମ୍ପାଦକ ଶ୍ରୀ ହରି ମୋହନ ପଟନାୟକ ଯୋଗଦେଇ ମଞ୍ଚ’ର ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିଭଳି ମଞ୍ଚ’ର ଉପ-ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜଗଦୀଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମଞ୍ଚ’ର କୋଷାଧ୍ୟକ୍ଷ ଶ୍ରୀ ରଘୁନାଥ ମହାରଣା , ଯୋଗଦେଇ ମଞ୍ଚ’ର ସମସ୍ତ ଆୟ-ବ୍ୟୟ’ର ବିବରଣୀ ପ୍ରଦାନ କରିଥିଲେ ।
ମଧ୍ୟାହ୍ନ ଭୋଜନ ବିରତି ପରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ମଞ୍ଚ’ର ସଦସ୍ୟ ଗଣ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ମଞ୍ଚ’ର ଆଗାମୀ ଅଧିବେଶନ ଆସନ୍ତା ନଭେମ୍ବର ମାସ ୩ ତାରିଖ ଅର୍ଥାତ ତା:- ୩/୧୧/୨୦୧୯ ରିଖ୍ ଦିନ ଅନୁଷ୍ଠିତ ହେବା ପାଈଁ ମଞ୍ଚ ପକ୍ଷରୁ ସ୍ଥିର କରାଗଲା ବୋଲି ସମ୍ପାଦକ ହରି ମୋହନ ପଟନାୟକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here