ସ୍ୱଚ୍ଛ ଛତ୍ରପୁର ସବୁଜ ଛତ୍ରପୁରର ଡ଼ାକରା ଦେଲେ ଜନସାଧାରଣ

0
188

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାକୁ ସୁସ୍ଥ ଓ ସବୁଜ ଜିଲ୍ଲାରେ ପରିଣତ କରିବା ନିମନ୍ତେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ସହ ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନ କରୁଛନ୍ତି । ଏହାକୁ ସମର୍ଥନ ଜଣାଇ ଆଜି ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ୱଚ୍ଛ ଛତ୍ରପୁର ଓ ସବୁଜ ଛତ୍ରପୁରର ବାର୍ତା ଦେଇ କେତେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଓ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉକ୍ରଳ ଏକାଡ଼େମୀ ମହାବିଦ୍ୟାଳୟ ପରିସରରେ ପୂର୍ବତନ ସରପଂଚ ପଦିଆ ଦାସଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ନିମନ୍ତେ ଆଗାମୀ ସେପ୍ଟମ୍ବର ୮ତାରିଖରେ ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ସଫେଇ କାର୍ଯ୍ୟକ୍ରମ ସହିତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଏବଂ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଉପରେ ସଚେତନର ବାର୍ତା ଦିଆଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା କରାଯିବ ।
ଆଜିର ବୈଠକରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ପି. ରାଜୁ ବାବୁ, ପିଏନୟୁ କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସ, କ୍ରୀଡ଼ାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଲା ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ, ୟୁଥ୍ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍ , ପି. ରଞ୍ଜନ ପାଲ୍ , ନିରଞ୍ଜନ ଗୌଡ଼, ରାଜେଶ କୁମାର ମହାରଣାଙ୍କ ସମେତ ଛତ୍ରପୁରର ବହୁ ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here