ଶେରଗଡ ବ୍ଳକରେ ୟୂରିଆ ସାର ଘୋର ଅଭାବ

0
25

ଶେରଗଡ଼ (ଓବି ନ୍ୟୁଜ)(ହୃଷିକେଶ ମହାନ୍ତି): ମୂଖ୍ୟମନ୍ତ୍ରୀକଂ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ରେ ୟୂରିଆସାରର ଘୋର ଅଭାବ ଦେଖାଯାଇଛି । ବର୍ତ୍ତମାନ ଚାଷୀ ଜମିରେ ଧାନଗଛ ରୋଇସାରିଛି ଓ ଆଊ କେତେକ ବି ରୁଆ କାମ ଚଳାଇଛନ୍ତି । ଏହି ସମୟରେ ୟୂରିଆ ସାରର ବିଶେଷ ଆବଶ୍ୟକତା ରହିଛି । ତେବେ ଏହି ଅଂଚଳରେ ଚାଷୀ ସାର ନପାଇ ଭାଁଭାଁହୋଇ ବୁଲୁଛନ୍ତି । ଡିଲରମାନେ ସାର ପାଖରେ ନାହିଁ କହି ଫେରାଉଛନ୍ତି । ସାରବସ୍ତା ପିଛା ଦର ୨୭୦ ଟକାଂଥିଲା ବେଳେ କଳାବଜାର ରେ ୫୭୦ଟଙ୍କା ରେ ବିକ୍ରି ହେଉଛି । ପିତ୍ତଳ ଅଂଚଳରେ ସେବା ସମବାୟ ସମିତି ସାର ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ବିକ୍ରି କରୁଥିଲେ ମଧ୍ୟ ସମିତି କୁପର୍ଯ୍ୟ।ପ୍ତ ପରିମାଣରେ ସାର ଆସୁନଥିବାରୁ ଚାଷୀମାନେ ହଟହଟା ର ସମ୍ମୁଖୀନ ହେଉଛନ୍ତି । ଫଳରେ ସମିତି ସଂପାଦକ ଓ କର୍ମଚାରୀମାନେ ଚାଷୀକଂ ଦ୍ୱାରା ରୋଷର ଶୀକାର ହେଉଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପିତ୍ତଳ ସେବା ସମବାୟ ସମିତି ମାଧ୍ଧମରେ ଚାଷୀକୁଂ ଆବଶ୍ୟକୀୟ ସାର ଯୋଗାଇ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here