ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଶୁଭ ଦେଲେ ବାଚସ୍ପତି

0
42

ଦିଗପହଣ୍ଡି (ଓବି ନ୍ୟୁଜ)(ଶିବ ପ୍ରସାଦ ରଥ) : ଓଡିଶା ବିଧାନସଭା ର ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦ୍ଵାରା ଦିଗପହଣ୍ଡି ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦ୍ଗାଠନ କରାଗଲା। ରାଜ୍ୟ ସରକାରଙ୍କ “ମୋ ପରିବାର” ପକ୍ଷରୁ ଆୟୋଜିତ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଉଦ୍ଘାଟନ ଏବଂ ତା ସହିତ ଅନ୍ୟାନ୍ୟ ପଞ୍ଚାୟତରେ ବହୁ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସକାଳେ ୧୦.୦୦ ଘଣ୍ଟା ସମୟରେ ନିଜ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଡଃ ପାତ୍ରଙ୍କୁ ରାସ୍ତାରୁ ବହୁ ମଟର ସାଇକେଲ ଯୋଗେ ଯୁବକମାନେ ପ୍ରୋସେଶନ କରି ପଦ୍ମନାଭପୁର ନେଇଥିଲେ । ପଦ୍ମନାଭପୁର ପହଞ୍ଚି ପ୍ରଥମେ ସ୍ଥାନୀୟ ଏକ ନୂତନ ଭାବେ ତିଆରି ହୋଇଥିବା ପାଠାଗାରକୁ ଉଦ୍ଘାଟନ କରିଥିଲେ । ଦ୍ଵିତୀୟରେ ଗୋଟିଏ ମାର୍କେଟ କପ୍ଲେକ୍ସ ଉଦ୍ଘାଟନ କରିଥିଲେ । ତୃତୀୟରେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ଉକ୍ତଗ୍ରାମର ୫୦ ଜଣ ଯୁବକଙ୍କୁ ନେଇ ରକ୍ତଦାନ କରିଥିଲେ । ମାନ୍ୟବର ବାଚସ୍ପତି ପଦ୍ମନାଭପୁର ଗ୍ରାମରେ ପହଞ୍ଚିଲା ବେଳେ ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ କ୍ରୀଷ୍ଣା ରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ବହୁ ସଂଖ୍ୟକ ମହିଳା, ଯୁବକ ଏବଂ ଚାଷୀ ଭାଇଭଉଣୀ ମାନେ ଯୋଗଦେଇଥିଲେ । ମୁହଁରେ ମାସ୍କ ପିନ୍ଧିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରଖିନଥିଲେ ତେଣୁ ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ ନିୟମ ଅବମାନନା କରିଥିବା ସ୍ୱଷ୍ଟ ଭାବେ ବାରି ହେଉଥିଲା । ତା ପରେ ବଡଡୁମୁଳା ପଞ୍ଚାୟତ ଅନ୍ତର୍ଗତ କିଛି ଗ୍ରାମର ପିଇବା ପାଣି ସମସ୍ୟାକୁ ନେଇ ୫୨.୦୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ପାନୀୟ ଯୋଗାଣ ପ୍ରକଳ୍ପର ଭୂମିପୂଜା କରିଥିଲେ ।
କରପଡା ପଞ୍ଚାୟତ ଅନ୍ତର୍ଗତ ବାଲିଝୋଡି ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଏକ କୋଠଘରର ଉଦ୍ଘାଟନ କରିବା ସହିତ ହରିଜନ ସାହି ପାଇଁ ଏକ ଉର୍ଦ୍ଧିଷ୍ଟ ଅନ୍ୟ ଏକ କୋଠଘର ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମକୁ ରେ
ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ, ବ୍ଲକ ସଭାପତି ଉଦୟନାଥ ସ୍ଵାଇଁ, ଦିଗପହଣ୍ଡି ଏନ.ଏ.ସି. ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ବ୍ଲକ ସରପଞ୍ଚ ସଭାପତି କେ.ହରିବନ୍ଧୁ ରେଡ୍ଡୀ, ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଦୋରା, ନିମଖଣ୍ଡିପେଣ୍ଠ ଗ୍ରାମପଞ୍ଚାୟତ ସରପଞ୍ଚ ବିଭୁତି ମହାପାତ୍ର, ରାମକୃଷ୍ଣ ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here