ବର୍ଷା ହେଲେ ରାସ୍ତା ପଚ ପଚ
ବୋରିଗୁମ୍ମା(ଓବି ନ୍ୟୁଜ) (ଦୟାନିଧି ପଟ୍ଟନାୟକ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବେଣାସୁର ପଞ୍ଚାୟତ ଢୁଟିଗୁଡ଼ା ଗ୍ରାମର ହରିଜନ ସାହିରେ ରାସ୍ତା ଅତି ଶୋଚନୀୟ ହୋଇପଡିଛି।ବର୍ଷା ଦିନେ ଆଣ୍ଠୁଏ କାଦ।ଲୋକେ ଚାଲି ଚାଲି ଯିବା ଆସିବା ସମ୍ଭବପର ନୁହେଁ।ଆଜିକୁ ପ୍ରାୟ ପନ୍ଦର ବର୍ଷ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।ପ୍ରତିବର୍ଷ ବର୍ଷା ଦିନରେ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ।ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ପର୍ୟ୍ୟନ୍ତ ଗୁହାରି କରି କରି ଗ୍ରାମବାସୀ ଥକି ଗଲେଣି।ଅଳ୍ପ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଥାଏ।ଯଦି କାହାର ଦେହ ଅସୁସ୍ଥ ହେଲେ ଆମ୍ବୁଲେନ୍ସ ବି ସାହି ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇପଡୁଛି।ଲୋକେ ରୋଗୀକୁ ଖଟିଆ କିମ୍ବା ଭାରରେ ମୂଖ୍ୟ ରାସ୍ତାକୁ ନିଅନ୍ତି।ପିଇବା ପାଣି ଆଣିବା ପାଇଁ ସେହି କାଦୁଅ ରାସ୍ତା ଦେଇ ଯିବାକୁ ପଡିଥାଏ।ଏହି ସାହିରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି।ସ୍କୁଲ ପିଲାମାନେ ସେହି କାଦୁଅ ପଚ ପଚ ରାସ୍ତା ଦେଇ ଯିବା ଆସିବା କରନ୍ତି।ସେହି କାଦୁଅ ରାସ୍ତା ଦୁଇ ପାର୍ଶ୍ଵରେ ନାଳ ନଥିବା ଯୋଗୁଁ ଲୋକଙ୍କ ଘରେ ବର୍ଷା ଜଳ ଜମା ହୋଇ ରହୁଛି।ଫଳରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବା ସଙ୍ଗେ ସଙ୍ଗେ ଛୋଟ ଛୋଟ ପିଲାଙ୍କ ଦେହ ଅସୁସ୍ଥ ହେଉଛି।