ବିପଦଜନକ ଅବସ୍ଥାରେ ବିଦ୍ୟୁତ ଖୁଂଟ

0
96

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ନିକଟ ୮ ନମ୍ବର ୱାର୍ଡ଼ କୋର୍ଟ ଷ୍ଟେସନ ସାହି ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଏକ ବିଦ୍ୟୁତ ଖୁଂଟ ରହିଛି । ଏଥି ପ୍ରତି ଏନଏସି କର୍ତୃପକ୍ଷ କିମ୍ବା ବିଦ୍ୟୁତ ବିଭାଗ ନିଘା ନାହିଁ । କୋର୍ଟଷ୍ଟେସନ ସାହି ସଂକୀର୍ଣ୍ଣ ଗଳି ରାସ୍ତାରେ ଏକ ବିଦ୍ୟୁତ ଖୁଂଟ ରହିଛି । ବିଦ୍ୟୁତ ଖୁଂଟ ବହୁ ପୁରୁଣା ହୋଇଥିବା ବେଳେ ତଳ ପାଶ୍ୱର୍ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଉକ୍ତ ରାସ୍ତାର ଏକ ବିରାଟ ଘର ଉପରେ ବିଦ୍ୟୁତ ଖୁଂଟ ଭାର ଦେଇ ରହିଛି । ସେହି ଗଳି ରାସ୍ତାରେ ଦୈନିକ କୋର୍ଟଷ୍ଟେସନ ସାହିର ବାସିନ୍ଦା ମାନେ ଯାତାୟତ କରୁଛନ୍ତି । ବିପଦସଙ୍କୁଳ ଖୁଂଟ ଯୋଗୁଁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି । ତୁରନ୍ତ ଉକ୍ତ ବିଦ୍ୟୁତ ଖୁଂଟକୁ ବଦଳାଇ ନୂତନ ଖୁଂଟ ସ୍ଥାପନ ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here