କୋର।ପୁଟ ସାଂସଦଙ୍କ ରାୟଗଡା ଗ୍ରସ୍ତ

0
163

ରାୟଗଡ଼ା(ଓବି ନ୍ୟୁଜ)(ରବି ନାରାୟଣ ବୈଦ୍ୟ):କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ପ୍ରଥମେ ଗୁଡାରୀ ବ୍ଲକ ପରିଦର୍ଶନ କରି ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ଭେଟି ଥିଲେ ଓ ଲୋକଙ୍କ ସୁଖ ଦୁଃଖ ରେ ସଦା ସର୍ବଦା ରହି ଥିବା ଆଶ୍ଵାସନା ଦେଇଥିଲେ । ଗୁଡାରୀ ବ୍ଲକ ଅଫିସ ପରିଦର୍ଶନ କରି ଗୁଡାରୀ ସିଏଚସି ପରିଦର୍ଶନ କରି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥ। ପଚାରି ବୁଝି ଥିଲେ ଏବଂ ଏକ୍ସରେ ମେଶିନ ଏବଂ ଇସିଜି ମେଶିନ ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ସାଂସଦ ଙ୍କୁ ଅନୁରୋଧ କରିଥିଲେ । ଉକ୍ତ ବିଷୟରେ ସେ ସରକାର ଙ୍କୁ ଅବଗତ କରେଇବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇ ଥିଲେ ।ସେ ଗୁଡାରୀର ବନ୍ୟା କ୍ଷତି ଗ୍ରସ୍ତ ଙ୍କ ଘର ଘର ବୁଲି ପରିଦର୍ଶନ କରି ଥିଲେ ।

ସାଂସଦ ଙ୍କ ପରିଦର୍ଶନ ବେଳେ ଅଞ୍ଚଳବାସୀ ଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳି ଯାଇଥିଲା । ତାପରେ ବିଷମକଟକ ବ୍ଲକ ପରିଦର୍ଶନ ରେ ବାହାରି କୁର୍ଲି ପଞ୍ଚ।ୟତ ଗ୍ରସ୍ତ କରିଥିଲେ । ସେଠାରୁ ମୁଣ୍ଡ।ବାଲି ପଞ୍ଚ।ୟତ କୁ ବାଇକ ଯୋଗେ ଗ୍ରସ୍ତ କରିଥିଲେ । ଏହାପରେ ଡିକେଡିଏ(ଡ଼ଙ୍ଗରିଆ କନ୍ଧ ଡେଭେଲପମେନ୍ଟ ଏଜେନ୍ସି) କୁ ଯାଇ ସେଠାରେ ସେମାନଙ୍କ ସହ ଆଲୋଚନା କରିଥିଲେ । କୁର୍ଲି ଠାରୁ ମୁଣ୍ଡାବାଲି ପର‌୍ୟ୍ୟନ୍ତ ରାସ୍ତା ନଥିବା ହେତୁ ଲୋକେ ବହୁତ ହନ୍ତ ସନ୍ତ ହେବା ସହିତ ଡ଼ାକ୍ତରଖାନାର ସୁବିଧା ମଧ୍ୟ ପାଇ ପାରୁ ନାହାନ୍ତି । ରାସ୍ତାର ସୁବିଧା ନାହି ଏଣୁ ସେଠାରେ ଏକ ଡ଼ାକ୍ତରଖାନା ର ବ୍ୟବସ୍ଥା କରିବା ପାଇଁ ସାଂସଦ ଙ୍କୁ ଅନୁରୋଧ କରିଥିଲେ । ଏହି ଗ୍ରସ୍ତ ରେ ବିଷମକଟକ ବ୍ଲକର ଜିଲ୍ଲା ପରିଷଦ ଶ୍ରୀ ନନ୍ଦ ଚୌଧରି ଏବଂ ତ୍ରିପତି ଉଲ୍ଲକା , ରୋହିତଦାସ କୌଶଲ୍ୟା, ଗଙ୍ଗା କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ଏବଂ ଚାଟିକଣ। ର ମନ୍ଦିର ପାଖ କଲଭର୍ଟ ଏବଂ ରାସ୍ତା ଧୋଇ ଯାଇଥିବାରୁ ସାଂସଦ ଙ୍କୁ ଅବଗତ କରାଇ ତା’ର ପୁନଃନିର୍ମାଣ ପାଇଁ ସାଂସଦ ଙ୍କୁ ଅନୁରୋଧ କରିଥିଲେ । ଏହା ପରେ ସାଂସଦ ଙ୍କ କାଶୀପୁର ବ୍ଲକ ଗ୍ରସ୍ତ ଆରମ୍ଭ ହୋଇଥିଲା ।

ନିର୍ବାଚନ ପରେ ସାଂସଦ ସପ୍ତଗିରି ଉଲ୍ଲ।କା ଙ୍କୁ କାଶୀପୁରରେ ବିପୁଳ ସମ୍ବର୍ଦ୍ଧନ। ଜଣାଯାଇଥିବା ଜଣା ପଡିଛି । ପ୍ରଥମେ ଟିକିରି ର ତୋଟ।ଗୁଡା ଠାରେ ରାୟଗଡା ବିଧ।ୟକ ମକରନ୍ଦ ମୁଦୁଲି ଫୁଲତୋଡା ଦେଇ ସ୍ଵାଗତ ଜଣାଇବା ପରେ ବହୁତ କଂଗ୍ରେସ କର୍ମୀ ମଧ୍ୟ ସ୍ଵାଗତ ଜଣାଇ ଥିଲେ । ଗୋରଖପୁର ଠାରେ ମଧ୍ୟ ଗୋରଖପୁର ସରପଞ୍ଚ ଶ୍ରୀମତୀ ରେବତୀ ମାଝି ସାଂସଦ ଙ୍କୁ ସ୍ଵାଗତ ଜଣାଇବା ସହିତ ସାଂସଦ ଙ୍କୁ ଉତ୍ତରୀୟ ଏବଂ ଫୁଲତୋଡା ପ୍ରଦାନ କରିଥିଲେ । ସେହିପରି ଶିରୀଗୁଡ ଗ୍ରାମ ଠାରେ ସାଂସଦ ଶ୍ରୀ ଉଲ୍ଲ।କା ପହଞ୍ଚି ଝୋଡିଆ ସମାଜ ର କିପରି ଉନ୍ନତି ହେବ ତାହା ଆଲୋଚନା କରି କାଶୀପୁର ସଦର ଠାରେ କର୍ମୀ ଓ ସମର୍ଥକ ଏନକେ ସହ ବାହାରି ଗାନ୍ଧୀ ମଣ୍ଡପ ପର‌୍ୟ୍ୟନ୍ତ ଯାଇ ଆଲୋଚନା କରିଥିଲେ । ତା ସହିତ କାଶୀପୁର ସମିତି ସଭା ରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ କାର‌୍ୟ୍ୟ ଓ ଆଗାମୀ ଦିନ ରେ ଲୋକ ଙ୍କ ସମସ୍ୟା ରେ ସରକାରୀ ସହାୟତା ପାଇ ପ।ରିବା ସମ୍ପର୍କ ରେ ଆଲୋଚନା କରିଥିଲେ । କାଶୀପୁର ମାଣିକେଶ୍ଵରୀ ଆଦିବାସୀ ମହାବିଦ୍ୟାଳୟ କୁ ଯାଇ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଉକ୍ତ ଗ୍ରସ୍ତ କୁ ସୂଚାରୁ ରୂପେ ତୁଲାଇବା ପାଇଁ ପୂର୍ବତନ ବ୍ଲକ ଚେୟାରମ୍ୟାନ ଶଙ୍କର ପ୍ରସାଦ ନାଏକ ଙ୍କ ପୁତ୍ର ଯୁବ ଆଇନଜୀବି ସଦ।ନନ୍ଦ ନାଏକ (ବୁଲୁ) ଙ୍କ ନେତୃତ୍ଵ ରେ କାଶୀପୁର ବ୍ଲକ ଗ୍ରସ୍ତ ଅଭିଯାନ ସଫଳ ହୋଇଥିଲା । ଏଥି ସହିତ ଜିଲ୍ଲା ସଭାପତି ଦୂର୍ଗା ପ୍ରସାଦ ପଣ୍ଡା , ସମ୍ପାଦକ ଅପ୍ପଲ ସ୍ଵାମୀ କାଦ୍ରକ।, ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଭିରାମ ଜୈନ, ଅଙ୍ଗଦ ନାଏକ, ଗଜେନ୍ଦ୍ର ନାଏକ ,ପ୍ରହଲ୍ଲାଦ ନାଏକ , କାଶୀପୁର ସରପଞ୍ଚ ବିମଲଦେଇ ମାଝି ପ୍ରମୁଖ ଯୋଗ ଦେଇ ସାଂସଦ ଙ୍କ ଗ୍ରସ୍ତ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here