ପରୀକ୍ଷା ଖାତା ପୁନଃ-ମୁଲ୍ୟାଙ୍କନ ଦାବି କରି ମହାବିଦ୍ୟାଳୟରେ ଛାତ୍ର-ଅଶାନ୍ତି

0
226

ଗଜପତି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଥିବା ଡିଗ୍ରୀ କମର୍ସ ବିଭଗରେ ପରୀକ୍ଷା ଖାତା ପୁନଃ ମୁଲ୍ୟାଙ୍କନ ବାହାର କଲେଜରେ କରାଯିବା ଦାବି କରି ବିଭାଗର ଛାତ୍ର ମାନଂକ ମଧ୍ୟରେ ଘୋର ଅଶାନ୍ତି ଦେଖାଦେଇଛି । ଏହାର ପ୍ରତିବାଦରେ ବିଭାଗୀୟ ପିଲାମାନେ କଲେଜ ସାମ୍ନାରେ ନିଆଁ ଲଗାଇ ତୁରନ୍ତ ସେମାଁନଙ୍କ ଦାବି ପୁରଣ କରାଯିବାକୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦାବି ପୂର୍ଣ ନ ହେବା ପର୍ଯ୍ୟନ୍ତ କଲେଜରେ କେଉଁ କ୍ଲାସ ,ପରୀକ୍ଷା ଓ ଜୟନିଙ୍ଗ ପ୍ରଭୃତି କିଛି ହେବନି । ଆମେ ନିଜେ ନିଜର କ୍ଷତି କରି ବସିବା ପୁର୍ବରୁ ଏ ଦିଗରେ କଲେଜ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନ ନେଲେ , ପରିଣାମ ଯାହା ହେବ, ସେଥିପାଇଁ କଲେଜ ପ୍ରଶାସନ ଓ ସମ୍ପୃକ୍ତ ଅଧ୍ୟାପକ ମାନେ ହିଁ ଦାୟୀ ହେବେ ବୋଲି ଚେତାଵନୀ ଦିଆ ଯାଇଛି ।


ଛାତ୍ରମାନେ , ସାମ୍ବାଦିକ ମାନଙ୍କୁ ଅଭିଯୋଗରେ କହିଛନ୍ତି , ଯେ ଆମେ ପ୍ରଥମ ସେମିଷ୍ଟର ଫଳାଫଳ ବାହାରି ନାହିଁ କି କ୍ଲାସ ମଧ୍ୟ ଠିକ ଭାବେ ହେଉନି ବୋଲି ଲିଖିତ ଭାବେ ପୁର୍ବରୁ ଜଣାଈଥିଲୁ , କିନ୍ତୁ ଏହାକୁ ଗୁରୁତ୍ୱ ଦିଆଯାଇନି । କଲେଜର କେତେକ ଅଧ୍ୟାପକ ପିଲାଙ୍କ ପାଠପଢ଼ା ପ୍ରତି ଧ୍ୟାନ ନ ଦେଇ ଏବଂ ସରକାରୀ ଅଧ୍ୟାପକ ହୋଇ , ବାହାରେ ନିଜର ପ୍ଲଟ ବ୍ୟୁଜିନେସ୍ ଧନ୍ଦା , ଟିଉସନ ଓ ଇନସ୍ତୀଚ୍ୟୁଟ କରି ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସେମାନଂକ ଇଛା ହେଲେ ପିଲାଙ୍କୁ ପାଠ ପଢ଼ାଉଛନ୍ତି , ନଚେତ ନାହିଁ ।
ଜାଣିଶୁଣି ଅତି କମ ଦିନରେ ପରୀକ୍ଷା ଫଳାଫଳ ବାହାର କରି ଦେଉଛନ୍ତି , ଏବଂ ଅଧିକ ପିଲାଙ୍କୁ ଫେଲ କାରୀ ଦେଉଛନ୍ତି । ଏମିତିକି ,କମର୍ସ’ର ୧୨୯ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ମାତ୍ର ୧୮ ଜଣ ପିଲା ପାସ କରିଛନ୍ତି । କଲେଜରେ ଯେଉଁ ଅଧ୍ୟାପକ ମାନେ କୋଣସି ଭୁଲ କାମ କରୁଛନ୍ତି କି ଆସୁଥିବା ଟଙ୍କା’ର ସତବିନିଯୋଗ ହେଉନି ବୋଲି ଯଦି କୋଣସି ପିଲା ତାର ବିରୁଦ୍ଧରେ ପ୍ରତିବାଦ କି ବାହାରେ ପ୍ରକାଶ କରେ , ତା’ହେଲେ ସେହି ପିଲାର ମାର୍କ ଜାଣିଶୁଣି କାଟି ଦେଇ ଫେଲ କରି ଦିଆଯାଉଛି । ଏହିଭଳି ଆମକୁ ବିଭିନ୍ନ ପ୍ରକାରେ ସମ୍ପୃକ୍ତ କେତେ ଜଣ ଅଧ୍ୟାପକ ଆମକୁ ଜାଣିଶୁଣି ମାନସିକ ନିର୍ଯ୍ୟାତନା ଦେଇ ଆସିଛନ୍ତି ।ଏହାର ପରିଣାମ ସ୍ୱରୂପ ସେହି ଅଧ୍ୟାପକ ମାନେ ଭୋଗିବେ , ଯାହାକି ଆମେ ସେହି ଟର୍ଚ୍ଚର କରୁଥିବା ଅଧ୍ୟାପକ ମାନଙ୍କ ନାମ ଲେଖିଦେଇ ଏବଂ ସେହି ଅଧ୍ୟାପକ ମାନଙ୍କୁ ଏଥିରେ ସମ୍ପୁର୍ଣ୍ଣ ଦାୟୀ କରି ଆମେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ଅଛୁ । ଆମ କେରିଅର ଉପରେ କୋଣସି ଆଞ୍ଚ ଆସିଲେ ଆମେ ଏଭଳି କରିବାକୁ ବାଧ୍ୟ ହେବୁ – କସ୍ମିନ୍ କାଳେ ଛାଡିବୁ ନାହିଁ ବୋଲି ପିଲାମାନେ ଅଭିଯୋଗରେ କହିଥିଲେ ।

ଅନ୍ୟ ପକ୍ଷରେ , ଯେଉଁ ପର୍ଯ୍ୟନ୍ତ ଏହି ସମ୍ପୃକ୍ତ ଅଧ୍ୟାପକ ମାନେ ଏହି କଲେଜରେ ଅଛନ୍ତି , ସେତେ ଦିନ ପର୍ଯ୍ୟନ୍ତ ଏହି କଲେଜ ଉପରେ ଆମର ବିଶ୍ୱାସ ନାହିଁ । ଆମ ପରୀକ୍ଷା ପେପର ଗୁଡ଼ିକ ଆମ ପାଖକୁ ଆଂଇ଼ହି କଲେଜ ଛାଡ଼ି ଅନ୍ୟ ବାହାର କଲେଜ ଯଥା ଖଲ୍ଲିକୋଟ କଲେଜ ନଚେତ ଅନ୍ୟ କେଉଁ କଲେଜକୁ ପୁନଃ ମୁଲ୍ୟାଙ୍କନ ପାଈଁ ଦିଆଯାଉ ବୋଲି ଦାବି ଦୋହରାଇ ଥିଲେ ।
ଆମର କଲେଜରେ ଆମର କମର୍ସ ସବୁଠାରୁ ବଡ଼ ଡିପାର୍ଟମେଣ୍ଟ ଓ ବଡ଼ ଅନର୍ସ , ଯାହାକି, ୧୨3 ଟି ସିଟ ରହିଛି ।ହେଲେ ମଧ୍ୟ ଏହି କଲେଜରେ ଏଭଳି କେତେକ ସମ୍ପୃକ୍ତ ଅଧ୍ୟାପକ ମାନଙ୍କ ଯୋଗୁଁ କମର୍ସ ବିଭାଗକୁ ହୀନଭଳି ଦେଖୁଛନ୍ତି ।ବିଭାଗର ଉନ୍ନତି କି ପିଲାଙ୍କ ପାଠପଢ଼ା ପ୍ରତି କୋଣସି ଧ୍ୟାନ ଦିଆଯାଉନି । କୋଟି କୋଟି ଟଙ୍କା ବ୍ୟୟରେ କଲେଜର ଯେଉଁ ନୂତନ କୋଠା ନିର୍ମିତ ହୋଇଛି , ସେଠାରେ ଆମ କମର୍ଶ ପିଲାଙ୍କ ପାଈଁ କିଛି ସୁବିଧା ନାହିଁ କହିଲେ ଚଳେ । ସେଠାରେ କମର୍ସ ପିଲାଙ୍କୁ ଯେଉଁ ରୁମ ଦିଆଯାଇଛି , ତାହା ଅତି ଛୋଟ ଏବଂ ସେଥିରେ ଅନ୍ୟ ସମସ୍ତ ଡିପାର୍ଟମେଣ୍ଟ କ୍ଲାସ ମଧ୍ୟ ହେଉଛି । ଏଠାରେ ଯାହା ଦୁବିଢ଼ ହେଉଛି , କେବଳ ଅନ୍ୟ ଡିପାର୍ଟମେଣ୍ଟ ପିଲାଙ୍କ ପାଈଁ । ଏହାର କାରଣ ହେଲା ଯେ କଲେଜର , ଅନ୍ୟ ଡିପାର୍ଟମେଣ୍ଟ ର ଅଧ୍ୟାପକ ମାନେ ଏଠାରେ କଲେଜର ସବୁ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି ଯେହେତୁ ସେମାନେ କଲେଜରେ ଅତ୍ୟନ୍ତ କ୍ଷମତାଶୀଳ୍ ,, ସେହି ମାନଙ୍କ କଥାରେ ହିଁ କଲେଜ ଚାଲିଥାଏ । ସେମାନେ ଏହି କଲେଜରେ ଥିବା ପର୍ଯ୍ୟନ୍ତ ଆମର କି କମର୍ସ’ ବିଭାଗର କୋଣସି କିଛି ଉନ୍ନତି ହେବାର ନାହିଁ
ସମ୍ପୃକ୍ତ ଏହି କେତେଜଣ ଅଧ୍ୟାପକ ଏହି କଲେଜରୁ ଅନ୍ୟତ୍ର ବିଦା କରାଯାଉ ଏବଂ ଫେଲ କରାଯାଇଥିବା ଆମର ପେପର ଅଣାଯାଇ ପୁନଃ ମୁଲ୍ୟାଙ୍କନ ଆମର ଦାବି ପ୍ରକାରେ କରାଯାଉ, ଆମର ଦାବି ପୁରଣ ନ ହେଲେ ଏଭଳି ଛାତ୍ର ଆନ୍ଦୋଳନ ଚାଲି ରହିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here