ବ୍ରହ୍ମପୁର(ଓବି ନ୍ୟୁଜ): ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମ ଦିବସ ପରିପ୍ରେକ୍ଷୀରେ ସ୍ଥାନୀୟ ବାପୁଜୀ ଆଶ୍ରମଠାରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗ ଦେଇ ରାଜୀବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଆଧୁନିକ ଭାରତ ବର୍ଷକୁ ରାଜୀବଙ୍କ ଅବଦାନ ଉପରେ ଆଲୋକପାତ କରାଯାଇଥିଲା । ୧୮ ବର୍ଷରେ ଭୋଟଦାନ ଅଧିକାର, ପଂଚାୟତରାଜ ବ୍ୟବସ୍ଥାର ପୁନଃଗଠନ, ଦେଶକୁ କମ୍ପ୍ୟୁଟରିକରଣ, କୃଷି କ୍ରାନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ସ୍ୱାବାଲମ୍ବୀ କରିବା, ସର୍ବୋପରି ଶିକ୍ଷାକ୍ଷେତ୍ରରେ ପରିବର୍ତନ ରାଜୀବ ଗାନ୍ଧିଙ୍କ ଶାସନ ସମୟରେ ହୋଇଥିବା ବକ୍ତାମାନେ କହିବା ସହ ଦେଶରେ ସାମ୍ପ୍ରଦାୟିକତାବାଦ ଓ ବିଛିନ୍ନତାବାଦୀମାନଙ୍କ ଦ୍ୱାରା ରାଜୀବ ନିହତ ହୋଇ ଦେଶ ପାଇଁ ଜୀବନ ଦେଇଥିବା ଆଲୋଚନା ହୋଇଥିଲା । ରାଜୀବ ଗାନ୍ଧିଙ୍କ ମୃତ୍ୟୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉଦ୍ଦିଷ୍ଟ ଥିବା ଓ ବର୍ତମାନ କଂଗ୍ରେସ କର୍ମୀମାନେ ସାମ୍ପ୍ରଦାୟିକତାବାଦୀମାନଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବୃନ୍ଦାବନ ଖଟେଇ, ସାଇପ୍ରସାଦ ପାତ୍ର, ଭାଗିରଥୀ ବେହେରା, ଏସ.ଦଣ୍ଡପାଣି, ଗଣପତି ବାରିକ, ପଦ୍ମଚରଣ ସାହୁ, ପ୍ରମୋଦ କୁମାର ଜେନା, ଆର.କାଶି, ରାଜ ପାଣିଗ୍ରାହୀ, ସ୍ୱରୁପା ତ୍ରିପାଠୀ, ଗୀତା ଦେବୀ, କିଶୋର କାପୁର, ମିନତି ମିଶ୍ର, ସୁବ୍ରତ ସ୍ୱାଇଁ, ରାଜୀବ ଖୁଂଟିଆ, ଧରଣୀଧର ବେହେରା, ରମାକାନ୍ତ ଶାସମଲ, ଆର,ରାଜେନ୍ଦ୍ର, ସୁଜ୍ଞାନୀ ପଟ୍ଟନାୟକ, ଭାସ୍କର ପତି, ଧର୍ମା ରେଡ୍ଡି, ପାପା ରାଓ, ଭୋକାଲି ସେଠୀ, ସିଦ୍ଧାନ୍ତ ସାହୁ ପ୍ରମୁଖ ନିଜ ଅଭିଭାଷଣରେ କହିଥିଲେ ।