ବ୍ରହ୍ମପୁର(ଓବି ନ୍ୟୁଜ)(ରବି ପ୍ରିୟ): ଆମର ପ୍ରତ୍ୟେକ ପରିବାର ରେ ତୁଳସୀ ଗଛ ରହିଛି । ଘର ଅଗଣା, ଘର ସମ୍ମୁଖ,ଘରବାରୀ ରେ ଚଉଁରା କରାଯାଇ ତୁଳସୀ ଗଛ ଲଗାଇଥାନ୍ତି। ସକାଳୁ ତୁଳସୀ ଗଛ ମୂଳରେ ଜଳ ଢାଳିଲେ ପୂଣ୍ୟ ମିଳିଥାଏ । ତୁଳସୀ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ତୁଳସୀ ସମର୍ପିତ, ତେଣୁ ପ୍ରତ୍ୟେକ ଦିନ ତୁଳସୀ ବହୁ ପରିମାଣରେ ଆସିଥାଏ ଶ୍ରୀ ମନ୍ଦିରକୁ । ଭଗବାନ ଶ୍ରୀକୃଷ୍ଣ ଗଳାର ମାଳି ତୁଳସୀ, ତେଣୁ ଭକ୍ତ ତୁଳସୀ ମାଳ ଧରି ଯାଇଥାନ୍ତି ଶ୍ରୀ କୃଷ୍ଣ ମନ୍ଦିରକୁ,ଭଗବାନ ଦେବ ଦେବ ମହାଦେବଙ୍କ ଠାରେ ମଧ୍ୟ ତୁଳସୀ ଲାଗିହୁଏ। ଶିବ, ଜଗନ୍ନାଥ, କୃଷ୍ଣଙ୍କ ସହିତ ସବୁ ଦେବା ଦେବୀଙ୍କ ନିକଟରେ ତୁଳସୀ ଲାଗିଥାଏ । ଏହା ସହ ଯେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ତୁଳସୀ ର ଆବଶ୍ୟକତା ରହିଛି । ଏବଂ ଯେତେବେଳେ ଶବ ଦାହ ବେଳେ ଶୁଖିଲା ତୁଳସୀ କାଠ ମଧ୍ୟ ପକାଯାଇଥାଏ, ବିଶ୍ୱାସ ରହିଛି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ପାଇଁ ତୁଳସୀ କାଠ ପକାଯାଇଥାଏ, ତେଣୁ ତୁଳସୀ ଆମ ଜନ ଜୀବନ ଓ ଧର୍ମୀୟ ଭାବନା ସହିତ ଜଡିତ ହୋଇ ରହିଛି । ତେଣୁ ତୁଳସୀ ବିନା ଆମ ଜୀବନ ନିରର୍ଥକ ବୋଲି ବିଶ୍ୱାସ ରହିଛି । ଏହା ବାଦ୍ ତୁଳସୀର ଔଷଧୀୟ ଗୁଣ ରହିଛି, କେଉଁ ପ୍ରାଚୀନ କାଳରୁ ଶିଶୁଙ୍କ ଥଣ୍ଡା, କାଶ ହେଲେ ମହୁ ସହିତ ତୁଳସୀ ରସ ମିଶାଇ ଖୁଆଇଲେ ଉପଶମ ମିଳିଥାଏ । ପ୍ରତିଦିନ ତୁଳସୀ ପତ୍ର ଦଶରୁ ବାର ଗୋଟି ଖାଇଲେ ମାନସିକ ରୋଗରୁ ଉପଶମ ମିଳିଥାଏ । ଚାରି, ପାଞ୍ଚ ଗୋଟି ତୁଳସୀ ଖାଲି ପେଟରେ ଖାଇବା ଦ୍ୱାରା ହଜମ ଶକ୍ତି ବଢିଥାଏ । ଚର୍ମ ରୋଗ ଧଳା ଛଉ, ଯାଦୁ ହୋଇଥିଲେ ତୁଳସୀ ପତ୍ର ସେହି ସ୍ଥାନରେ ଘସିଲେ ଭଲ ହୋଇଥାଏ । ଶିଶୁଙ୍କୁ ଦୃଷ୍ଟି ପଡିଲେ ତୁଳସୀ ଗଛରୁ ଝଡିପଡିଥୀବା ପତ୍ର ଶିଶୁ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଘସିଲେ ଦୃଷ୍ଟି ଛାଡିବାର ବିଶ୍ୱାସ ରହିଛି । ଏମିତି ସହସ୍ର ଉପକାରର ଅଧିକାରୀ ତୁଳସୀ ଆମ ପାଇଁ ଚୀର ନମସ୍ୟ । ବିନା ତୁଳସୀ ଆମ ଜୀବନ ନିରର୍ଥକ ।