ଯଶୋଦା ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କୁ ମାଗଣା ରେ ମୋବାଇଲ ବଣ୍ଟନ

0
87

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କୁ ଅନ ଲାଇନ ଶିକ୍ଷା ପ୍ରଦାନ କରାଯାଉଛି।କ୍ଷେତ୍ର ସର୍ଭେରୁ ଜଣା ପଡିଲା ଯେ କେତେକ ଛାତ୍ରୀ ମୋବାଇଲ ନ ଥିବା ଯୋଗୁଁ ଅନ ଲାଇନ ଶିକ୍ଷା ପାଇ ପାରି ନାହାଁନ୍ତି।ଗଞ୍ଜାମ ସହରର ଦାଶ ପରିବାର ପକ୍ଷରୁ 17 ଟି ସମସଙ୍ଗ ମୋବାଇଲ ପ୍ରଦାନ କରାଯାଇଛି। ସୁଶ୍ରୀ ଶ୍ରୀ ଜୟା ସତପଥି ଓ ସ୍ବାସ୍ତିକ ଦାଶ ନିଜେ ଉପସ୍ଥିତ ରହି ନିଜ ଛାତ୍ରୀ ମାନଙ୍କୁ ମୋବାଇଲ ବଣ୍ଟନ କରିଥିଲେ।ଯଶୋଦା ଫାଉଣ୍ଡେସନ ପକ୍ଷରୁ ଆଉ ତିନୋଟି ମୋବାଇଲ ନିକଟରେ ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରୀଙ୍କର ତିନି ମାସର ଡାଟା ଚାର୍ଜ ମଧ୍ୟ ବହନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଛି।ଏହା ଫଳ ରେ ଛାତ୍ରୀ ମାନେ ଓ ସେମାନଙ୍କ ପରିବାର କଲେଜ କର୍ତ୍ତୃପକ୍ଷ ଶ୍ରୀମନ୍ତି ଶ୍ରୀଜୟା ସାତପଥୀ ଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here