ବୋରିଗୁମ୍ମା (ଓବି ନ୍ୟୁଜ) (ଦୟାନିଧି ପଟ୍ଟନାୟକ): ରାଜପଥ ବିଭାଗ ତରଫରୁ ଛତିଶଗଡ଼ ଚାନ୍ଦିଲି ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୬୩ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ସାଙ୍ଗକୁ ଡ୍ରେନ ନିର୍ମାଣ କର୍ଯ୍ୟ ଦିର୍ଘ ଦେଢ଼ ବର୍ଷ ରୁ ଉର୍ଦ୍ଧ ହେବ ଚାଲିଛି। ବିଭାଗ ର ଅବହେଳା କାରଣରୁ ନିର୍ମାଣ କାରୀ ରାଜଲଷ୍ମୀ କନଷ୍ଟ୍ରାକସନ ନାମକ ନାମକ ସଂସ୍ଥା ମନ୍ଥର ଗତି ରେ ନିର୍ମାଣ କରିବା ସହ ମନମୁଖୀ କର୍ଯ୍ୟ କରୁଥିବା କାରଣ ରୁ ଟିକେ ବର୍ଷା ହେଲେ ବୋରିଗୁମ୍ମା କୋଟପାଡ଼ ରୋଡ ଉପରେ ରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରୁଛି। କାରଣରୁ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।
ଅନ୍ୟପଟେ ରାଜପଥ ଠାରୁ ୨ ଫୁଟ ଉଚ୍ଚରେ ଡ୍ରେନ ନିର୍ମାଣ କରାଯାଇଥିବା ଯୋଗୁଁ ବର୍ଷା ଜଳ ଡ୍ରେନ ରେ ନଯାଇ ରାସ୍ତା ଉପରେ ୨ ଫୁଟ ଜଳ ପ୍ରବାହିତ ହେବା ସହ ଅଧିକ ସମୟ ରାଜପଥ ଉପରେ ପାଣି ଜମିରହୁଛି। ଡ୍ରେନଟି ଘର ଦୋକାନଠାରୁ ଉଚାରେ ନିର୍ମାଣ ହୋଇଥିବାରୁ ଘରର ପାଣି ଡ୍ରେନ କୁ ଯାଉ ନାହୁଁ ଏବଂ ଦୋକାନ ଗୁଡିକ ଡ୍ରେନ ଠାରୁ ୨ ଫୁଟ ତଳେ ରହିବାରୁ ସମସ୍ତ ଦୋକାନୀ ମାନଙ୍କୁ ଅସୁବିଧା ହେଉଥିବା ବେଳେ ଦୋକାନ କୁ ଆସୁଥିବା ଗ୍ରାହକ ମାନେ ମଧ୍ୟ ନାହିଁନଥିବା ର ସମ୍ମୁଖିନ ହେଉଛନ୍ତି।ଏଣୁ ଏହାର ଉପରେ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ନେଇ ଦାବି କରିଛନ୍ତି ଗ୍ରାମବାସୀ।
ଉକ୍ତ ଘଟଣା ବିଷୟରେ ବିଦ୍ୟୁତ ବିଭାଗର ଅଜ୍ଞାତ ରେ ଠିକା ସଂସ୍ଥା ବିଦ୍ୟୁତ ଖୁଣ୍ଟ ଡ୍ରେନ ମଧ୍ୟରେ ନିର୍ମାଣ କରିଛି। ଘଟଣା କୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି କହିବାକୁ ମନା କରିଥିଲେ ।