ବଣାଇଁ ଉପଖଣ୍ଡର କଟାଖଣ୍ଡି ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଛୁରୀ ଭୁଷି ହତ୍ୟା

0
72

ବଣାଇ (ଓବି ନ୍ୟୁଜ) (କାର୍ତ୍ତିକ ସାହୁ) ; ସୁନ୍ଦରଗଡ଼ ଜିଲ୍ଳା ବଣାଇ ଥାନାର କଟାଖଣ୍ଡିରେ ବିଭତ୍ସ ଭାବେ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ହାତରେ ଦୁଇଟି ଛୁରୀ ଭୁଷି ହତ୍ୟା ଡାକ୍ତରଖାନା ରେ ମୃତ ଘଷଣା । ଦୁଇ ଦିନ ପୂର୍ବରୁ ତିନି ଜଣ ହୋଇ ଏକା ସାଙ୍ଗରେ ବସି ମଦ୍ୟପାନ କରିଥିଲେ ସେଇଠାରେ ଏକ ବାଇକ ପାଇଁ ବଚସା ହୋଇଥିଲା ଏବଂ ଗାଳିଗୁଲଜ ମଧ୍ୟ ହୋଇଥିଲେ ଆଜି ସକାଳେ 7 ବେଳେ ଆଶିଷ ନାୟକ କାମ କରିଯାଉଥିବା ବେଳେ ଘର ପୋଡ଼ସି ତନୁ ନାୟକ ଦୁଇ ହାତରେ ଦୁଇଟି ଛୁରୀ ଧରି ପ୍ରଥମେ ପଛରୁ ପିଠିରେ ଭୁଷିବା ପରେ ପୁଣି ଛାତିରେ ଭୁଷି ଥିଲା ଫଳରେ ଜୀବନ ବିକଳରେ ଆଶିଷ ଘରକୁ ଦୌଡ଼ି ପୋଳାଇଥିଲା ଏବଂ ଘରପାଖରେ ପଡିଯାଇଥିଲା । ଏନେଇ ଆଶିଷ ର ମା ଦୌଡ଼ି ଆସି ଦେଖିଲା ବେଳେ ଅଭିଯୁକ୍ତ ତନୁ ଛୁରୀ ଧରି ଦୌଡ଼ି ପଳାଇଲା । ଗୁରୁତ୍ବର ଅବସ୍ଥାରେ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here