ଶିକାର ଜାଲରେ ଲାଗି ଦୁଇ ଭାଇ ମୃତ ଘଟଣାରେ ଜଣେ ଗିରଫ

0
76

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର) ; ଗତ ୫ ତାରିଖରେ ହିଞ୍ଜିଳି ଥାନା ଅଧୀନ ସିଙ୍ଗିପୁର ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେହି ଗ୍ରାମର ରମେଶ ମୁନି (୬୫)ମଙ୍ଗୁଳୁ ମୁନି (୫୦) ନାମକ ଦୁଇ ଭାଇ ୪ ତାରିଖରେ ଗ୍ରାମ ନିକଟସ୍ଥ ଏକ ଜମିକୁ କୃଷି କାର୍ଯ୍ୟ ପାଇଁ ପାଣି ମାଡିଇବାକୁ ଯାଇ ଆଉ ଘର କୁ ଆଉ ଫେରିନଥିଲେ। ପର ଦିନ ପରିବାର ବ୍ୟକ୍ତି ଖୋଜାଖୋଜି କଲା ବେଳେକୁ ନିକଟସ୍ଥ ଜମି ପାଖ ରେ ମୃତ ଦେହ ପଡ଼ିଥିବା ଦେଖି ପରିବାର ସଦସ୍ୟ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିଲା। ରମେଶଙ୍କ ପୁଅ ଏତଲା କ୍ରମେ ହିଞ୍ଜିଳି ଥାନା କେଶ ନଂ ୩୧୦/୨୦ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ବାରାହା ଶୀକାର କରିବା ଲାଗି ଚାଷ ଜମି ମଧ୍ୟରେ ବିଦ୍ୟୁତ ତାର ବିଛାଇଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ପଞ୍ଚାନନ ମହାନ୍ତିଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here