ରାସ୍ତା ମଝିରେ ପାଣି

0
25

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(କୃଷ୍ଣ କୁମାର ବେହେରା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମରେ ଲଗାଣ ବର୍ଷା ଫଳରେ ବର୍ଷା ପାଣି ଗାଁ ମଝି ରାସ୍ତା ଉପରେ ଜମି ରହିବା ଦ୍ୱାରା ଛୋଟ ପିଲା, ଗର୍ଭବତୀ ମହିଳା, ବୃଦ୍ଧ ଲୋକମାନେ ରୋଗଗସ୍ତ ହେଉଛନ୍ତି । ଗ୍ରାମବାସୀମାନେ ବାରମ୍ବାର ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗାଁର ମୁଖ୍ୟ ରାସ୍ତା ଏପରି ଶୋଚନୀୟ ହୋଇପଡ଼ିଛି ଯେ ଏହି ରାସ୍ତା ଦେଇ ଦୁଇଚକିଆ ଯାନ ଏବଂ ସାଇକେଲଟିଏ ବି ସୁରକ୍ଷିତରେ ଯିବା ସମ୍ଭବ ହୋଇପାରୁନାହିଁ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ରୋଗାକ୍ରାନ୍ତ ବୃଦ୍ଧବୃଦ୍ଧାମାନେ ଏହି ରାସ୍ତାରେ ଯିବାବେଳେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସଦର ପାରଳାଖେମୁଣ୍ଡିର ମାତ୍ର କିଛି କିଲୋମିଟର ଦୂରତାରେ ଗାଇବା ଗ୍ରାମ ରହିଛି । କିନ୍ତୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ଏହି ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡୁ ବୋଲି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here