ମୋହନା ପୋଲିସ ଦ୍ୱାରା ଗଞ୍ଜାଇ ଚୋରା ଚାଲାଣ ବେଳେ ୮୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜାଇ ଜବତ

0
70

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) ; ଗଞ୍ଜାଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଧରିବା ଦିଗରେ ମୋହନା ପୋଲିସ’କୁ ଆଉ ଏକ ସଫଳତା ମିଳିଛି । ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ପକ୍ଷରୁ ଏକ ପ୍ରେସ ବିବୃତି’ରେ ଦର୍ଶାଯାଇଛି ଯେ , ଗଜପତି ଏସପି: ତପନ କୁମାର ପଟନାୟକ’ଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଞ୍ଚଳ’ରେ ବ୍ୟାପକ ଭାବେ ଚାଲିଥିବା ବେ-ଆଇନ ଗଞ୍ଜାଇ ଚୋରା-ଚାଲାଣ’କୁ ରୋକିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭବେଳେ ଏହି ଗଞ୍ଜାଇ ଚୋରା ଚାଲାଣ ହେଉଥିବା ଧରାପଡିଛି ।
ଆଜି ଆର:ଉଦୟଗିରି ଥାନା ଏସଡିପିଓ: ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଏବଂ ମୋହନା ଥାନା’ର ଥାନାଧିକାରୀ ଶ୍ରୀ ସୁଜିତ କୁମାର ନାୟକ’ଙ୍କ ନେତୃତ୍ୱ’ରେ ଆଜି ପୂର୍ବାହ୍ନ ଘ:୧୦-୩୦ ମିନିଟ ସମୟରେ ସବଇନ୍ସପେକ୍ଟର ସୁନୀଲ କୁମାର ଦଳେଇ ଏବଂ ଥାନା ଷ୍ଟାଫ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ କଲେଜ ଓ ତରାମାଲ ଗ୍ରାମ ମଝି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ । ଠିକ ସେହି ସମୟ’ରେ ଏକ ଟାଟା-ସୁମୋ ଗାଡି ନମ୍ବର-ବି ଆର ୧୧-ଏଚ ୪୩୭୩ ଯାଉଥିବା ବେଳେ ପୋଲିସ ସେହି ଟାଟା ସୁମୋ ଗାଡି’କୁ ଅଟକାଇଥିଲେ । ଗାଡିକୁ ଅଟକାଇବା ପରେ ଗାଡିର କାଗଜ ପତ୍ର ସହ ଗାଡି ଭିତର ସବୁ ଟିକିନିଖି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡି ଭିତରେ ୩’ ଟି ପ୍ଲାଷ୍ଟିକ ତଥା ଜରି ବସ୍ତାରେ ଗଞ୍ଜାଇ ଥିବା ଓ ତାହା ଅନ୍ୟତ୍ର ଚୋରା-ଚାଲାଣ ହେଉଥିବା ଧରା ପଡିଥିଲା ।
ମୋହନା ତହସିଲଦାର ତଥା ଏକଜିକୁଟିଭ ମାଜିଷ୍ଟ୍ରେଟ ସଂଘମିତ୍ରା ଦେବୀ’ଙ୍କ ଉପସ୍ଥିତି’ରେ ଜବତ ଗଞ୍ଜାଇ ସବୁକୁ ଓଜନ କରା ଯାଇଥିଲା । ଗଞ୍ଜାଇ ସବୁ ଓଜନ ହେବା ପରେ ମୋଟ ୮୦ କେଜି ୪୦୦ ଗ୍ରାମ ଓଜନ’ର ଗଞ୍ଜାଇ ଥିବା ଏବଂ ଏହି ଜବତ ଗଞ୍ଜାଇ ସବୁ’ର ବଜାର ମୁଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବିବୃତି’ରେ ବୋଲି ଦର୍ଶାଯାଇଛି ।
ମୋହନା ଥାନା ପୋଲିସ ସବୁ ଗଞ୍ଜାଇ ସମେତ ଚୋରା ଚାଲାଣରେ ବ୍ୟବହାର ହୋଇଥିବା ଟାଟା-ସୁମୋ ଗାଡିକୁ ଜବତ କରିଥିବା ବେଳେ ଏ ସଂକ୍ରାନ୍ତରେ ସିଧା ସଳଖ ସମ୍ପୃକ୍ତ ଥିବା ୩ ଜଣ ଯୁବକ’ଙ୍କୁ ଗିରଫ କରିଛନ୍ତି ।
ଗିରଫ ଯୁବକ ମାନେ ହେଲେ ଦୀପକ କୁମାର ଯାଦବ(୨୭) , ବିକାଶ କୁମାର (୨୦) ଏବଂ ରୂପେଶ କୁମାର ଯାଦବ(୨୫) । ଏହି ବିରଫ ୩ ଜଣ ଯୁବକ’ଙ୍କ ଘର ବିହାର ରାଜ୍ୟ’ର ଭାଗଲ ପୁର ଅଞ୍ଚଳ’ର ବାସିନ୍ଦା । ଏମାନେ ଗଜପତି ଜିଲ୍ଲା’ର ଜିରାଙ୍ଗ ଅଞ୍ଚଳ’ରୁ ଗଞ୍ଜାଇ କିଣି ଟାଟା-ସୁମୋ ଗାଡ଼ିରେ ଲୋଡ଼ କରି ବିହାର ରାଜ୍ୟର ଭାଗଲପୁର ଅଞ୍ଚଳ’କୁ ଚୋରା-ଚାଲାଣ କରୁଥିଲେ ।
ଏ ସଂକ୍ରାନ୍ତରେ ମୋହନା ଥାନା ପକ୍ଷରୁ କେଶ ନ:- ୧୩୯/୨୦’ରେ ଏକ ମକଦ୍ଦମା ରୁଜୁ କରାଯାଇ ଗିରଫ ମାନଙ୍କୁ ଅଧିକ ପଚରା ଉଚୁରା ପରେ ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଏବଂ ଏହି କେଶ’ର ତଦନ୍ତ ଅଧିକାରୀ ଭାବେ ସବଇନ୍ସପେକ୍ଟର ହେମନ୍ତ କୁମାର ସେଠୀ’ଙ୍କୁ ଦାୟିତ୍ୱ ଦିଆ ଯାଇଥିବା ପ୍ରେସ ବିବୃତି’ରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here