ଓବି ନ୍ୟୁଜ ସାମ୍ବାଦିକ ଉମାକାନ୍ତ ବେହେରା ସମ୍ଭର୍ଦ୍ଧିତ

0
85

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକ ଓବି ନିଉସ ପ୍ରତିନିଧି ସାମ୍ବାଦିକ ଉମାକାନ୍ତ ବେହେରା ଙ୍କୁ ତାଙ୍କର ସମାଜ ପାଇଁ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ଓ ନିରପେକ୍ଷ ସାମ୍ବାଦିକତା,କରୋନା ମାହାମାରୀ ସମ୍ଭାନ୍ଧୀୟ ସଚେତନତା ପାଇଁ ଲେଖନୀ ଚାଳନା ନିମନ୍ତେ ତାଙ୍କୁ ଖଲ୍ଲିକୋଟ ସହର ଠାରେ ସମ୍ଭର୍ଦ୍ଧିତ କରାଯାଇଛି।ଖଲ୍ଲିକୋଟ ର ଅଗ୍ରଣି ସ୍ବେଛାସେବୀ ଅନୁଷ୍ଠାନ ଡ଼.ଏପିଜେ ଅଵଦୁଲ କାଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ସମ୍ଭର୍ଦ୍ଧିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ପୁର୍ଣଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଉପ ଆରକ୍ଷୀ ଅଧିକାରୀ ଦିଲୀପ କୁମାର ଦାଶ,ସମ୍ମାନିତ ଅତିଥି ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ବରିଷ୍ଟ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ,ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ହରିକୃଷ୍ଣ ପଣ୍ଡା ,ଦକ୍ଷିଣ ଓଡିଶାର ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ ଅତିଥି ମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସମ୍ମାନିତ କରାଯାଇଥିଲା। ତତ ସହିତ ସ୍ଥାନୀୟ ଆଦର୍ଶ ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ଭର୍ଦ୍ଧିତ କରାଯାଇଥିଲା।ସମାଜ ରେ ନିଃସହାୟ ଲୋକଙ୍କ ,ସମାଜରେ ସାମୁହିକ ସମସ୍ୟା ଗୁଡିକୁ ଲେଖନି ଚାଳନା କରି ସରକାର,ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ଦିଗରେ ପ୍ରୟାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଯୁବ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମାଜ କଲ୍ୟାଣ ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ସାମ୍ବାଦିକ ଶ୍ରୀ ବେହେରା ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସମର୍ଦ୍ଧନା ପରେ ସାମ୍ବାଦିକ ଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ଶୁଅ ଛୁଟିଛି।

LEAVE A REPLY

Please enter your comment!
Please enter your name here