ପାରିବାରିକ ଅଶାନ୍ତି କାରଣରୁ ଆତ୍ମହତ୍ୟା

0
31

ଜି.ଉଦୟଗିରି(ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ): ଜି.ଉଦୟଗିରି ଥାନା ଇଲାକାର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧାଙ୍ଗଡାମାହା ଗ୍ରାମରେ ଆଜି ଜଣେ ଯୁବକ ଅତ୍ମ୍ହତ୍ୟା କରିଥିବା ଜଣାପଡିଛି।ପ୍ରାପ୍ତ ଖବର ଅନୁଯାୟୀ ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧାଙ୍ଗଡାମାହା ଗ୍ରାମର ଅଜୟ କୁମାର ନାୟକ( ୩୨ ବର୍ଷ) ନାମକ ଜଣେ ବ୍ୟକ୍ତି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।ଏନେଇ ଜି.ଉଦୟଗିରି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ।ଏନେଇ ଥାନା କେସ୍ ନଂ ୦୪/୨୦ରେ ଏକ ଅପମୃତ୍ୟୁ ମ୍ରାଲା ରୁଜୁ କରି ଏସଆଇ ବିଭୂତି ଭୂଷଣ ମୂଦୁଲିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେବା ସହ ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ ଅଶାନ୍ତିରୁ ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here