କଟକ ଜାତୀୟ କବି ବୀରକିଶୋର ସରକାରୀ କଲେଜରେ ଛାତ୍ର ଅଶାନ୍ତି

0
96

କଟକ(ଓବି ନ୍ୟୁଜ) (ଜଗନ୍ନାଥ ମହାନ୍ତି): କଟକ ଜାତୀୟ କବି ବୀରକିଶୋର ସରକାରୀ କଲେଜରେ ଛାତ୍ର ଅଶାନ୍ତି। ଶାରଦୀୟ ପୂଜା ପରେ କଲେଜରେ ପରୀକ୍ଷା ଥିବାରୁ ଏ ପର‌୍ୟ୍ୟନ୍ତ ସଠିକ୍ ଭାବେ ପାଠପଢା କରାଯାଇନାହିଁ। କଲେଜରେ ସ୍ଥାୟୀ ଅଧ୍ୟାପକ ନ ଥିବାରୁ ପାଠପଢା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେଉଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେହିପରି ଆବଶ୍ୟକ ଅନୁଯାୟୀ ଅଧ୍ୟାପକ ଏବଂ ଅଧ୍ୟାପିକା ନଥିବା ହେତୁ ଅନଲାଇନ୍ ରେ ପାଠପଢା ସମ୍ଭବ ହୋଇପାରୁନାହିଁ। ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ପଡି ଯାଇଛନ୍ତି ଛାତ୍ରଛାତ୍ରୀ। ତେଣୁ କଲେଜ କର୍ତ୍ତୁପକ୍ଷ ତୁରନ୍ତ ପାଠ ପଢା ବ୍ୟବସ୍ଥା କରିବା ଦାବିରେ ଆଜି କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ।

LEAVE A REPLY

Please enter your comment!
Please enter your name here