ଚାଷୀ ଋଣରେ କେଳେଙ୍କାରୀ

0
23

ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

କଟକ(ଓବି ନ୍ୟୁଜ) (ଜଗନ୍ନାଥ ମହାନ୍ତି): ଚଞ୍ଚକତା କରି ଗରିବ ଚାଷୀଙ୍କ ନାଁ ରେ ସମବାୟ ସମିତି ରୁ ଉଠାଯାଇଛି କୋଟି କୋଟି ଟଙ୍କା ର ଋଣ । ଏଭଳି ଅଭିଯୋଗ ଆଣି ଆଠଗଡ ତିଗିରିଆ ର ବହୁ ସଂଖ୍ୟକ ଚାଷୀ ଆସି କଟକ ରେ ଥିବା ସମବାୟ ସମିତ ସମୂହ ଉପନିବନ୍ଧକ ସର୍କଲ୧ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।କେଉଁ ଚାଷୀଙ୍କ ନାଁ ରେ କେତେ ଟଙ୍କାର ଋଣ ଉଠାଯାଇଛି ତାହାର ସଂପୂର୍ଣ୍ଣ ବିବରଣୀ ସର୍ବସାଧାରଣ ରେ ପ୍ରକାଶ କରାଯାଉ ବୋଲି ଦାବୀ କରିଛନ୍ତି ଚାଷୀ । ନଚେତ ଏହି ପ୍ରସଙ୍ଗକୁ ନେଇ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଠଗଡ ତିଗିରିଆ ଅଞ୍ଚଳ ର ଚାଷୀ । ତେବେ କର୍ତ୍ତୃପକ୍ଷ କହିଛନ୍ତି ଏ ନେଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବେ ଏହି ମାମଲା ଇକୋନୋମିକ ଅଫେନ୍ସ ଉଇଙ୍ଗ(ଇଓଡବ୍ଲୁ) ଅର୍ଥନୈତିକ ଅପରାଧ ଶାଖା ପାଖରେ ରହିଛି ।
ଆଠଗଡ଼ ତିଗିରିଆ ବ୍ଲକ ରେ ହୋଇଛି ବ୍ୟାପକ ଚାଷ ଋଣରେ ଜାଲିଆତି । ଏହି ଜାଲିଆତି ବିରୁଦ୍ଧରେ କଟକ ରେ ଦେଖିବାକୁ ମିଳିଛି ଚାଷୀଙ୍କ ମେଳି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବୀ କରି ଆଠଗଡ଼ ତିଗିରିଆ ବ୍ଲକ ର ୨୬ ଟି ସମବାୟ ସମିତି ର ୫୦ ରୁ ଉର୍ଦ୍ଧ ଚାଷୀ କଟକ କାଠଗଡା ସାହିରେ ଥିବା ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଆଠଗଡ ତିଗିରିଆ ବ୍ଲକ ଅଧିନ ରେ ଚାଷୀଙ୍କୁ ସମବାୟ ସମିତିରୁ ଋଣ ଯୋଗାଇ ଦେବା ପାଇଁ ବ୍ଲାଙ୍କ ଚେକରେ ଦସ୍ତଖତ ନିଆଯାଇଥିଲା । ଚାଷୀମାନେ କମ ପରିମାଣ ରେ ଋଣ ନେଇଥିଲେ ସୁଦ୍ଧା ତାଙ୍କ ନାଁ ରେ ଢେର ଅଧିକ ପରିମାଣ ରେ ଋଣ ମଞ୍ଜୁର କରାଯାଇଛି । ବାକି ଟଙ୍କାକୁ ବିଦ୍ଧିବଦ୍ଧଭାବେ ଚକ୍ରାନ୍ତ କରି ହଡପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତେଣୁ ତଦନ୍ତ କରି ସତ୍ୟସତ୍ୟ ପଦାକୁ ଅଣାଯାଉ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here