ତୁମ୍ବାଦଣ୍ଡାପଲ୍ଲୀ ଓ ତହଁର ରେ ସ୍ୱାବ ନମୁନା ସଂଗ୍ରହ

0
20

ଶେରଗଡ଼(ଓବି ନ୍ୟୁଜ) (ହୃଷୀକେଶ ମହାନ୍ତି): ତୁମ୍ବାଦଣ୍ଡାପଲ୍ଲୀ ଓ ତହଁରରେ କରୋନା ଚିହ୍ନଟ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି । ଉଭୟ ସ୍ଥାନରେ ଶେରଗଡ ବିଡିଓ ସୁରଂଜନ ସାହୁ ଉପସ୍ଥିତ ରହି ଏଥିପାଇଁ ଲୋକଙ୍କୁ ଉଛାହିତ କରି ଥିଲେ ।

ଏହା ପରେ ବିଡିଓ ଏହି ଦୁଇଟି ଗ୍ରାମ ରେ କୋଭିଡ୍ କେୟାର କମିଟି ବୈଠକ ଅନୁଷ୍ଠିତ କରି କରୋନା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଜନସାଧାରଣ କୋଭିଟ ନିୟମ ମାନି ଚଳିବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଏଥିରେ ସ୍ୱାସ୍ଥ୍ୟକର୍ମୀ, ଅଂଗନବାଡିକର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ଆଶା, ପଂଚାୟତ ପ୍ରତିନିଧି କମିଟି ସଭ୍ୟ ଓ ଗାଁର ବହୁ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here