ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

0
67

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ ଆର୍ଯ୍ୟପଲ୍ଳୀ ଗ୍ରାମରେ ଏନ୍ .ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଓ ଦୁଇ ଗୋଟି ପୁଅଙ୍କୁ ନେଇ ଗୋଟିଏ ଛୋଟିଆ ପରିବାର । ଦୁଇ ପୁଅ ମଧ୍ୟରୁ ଗୋଟିଏ ପୁଅ ଶାରିରୀକ ବିକଳାଙ୍ଗ ହୋଇଥିବା ବେଳେ ସ୍ୱାମୀ ଏନ୍ ଦେବେନ୍ଦ୍ର ଏକ ମାତ୍ର ରୋଜଗାରିଆ । ସେ ଚାକିରୀ କରି ଟଙ୍କା ଉତ୍ପାର୍ଜନ କରିବା ସହ ପରିବାର ଚଳାଉଥିଲେ । କିନ୍ତୁ ଅଗଷ୍ଟ ୧୪ ତାରିଖ ଦିନ ସ୍ୱାମୀ ଏନ୍ ଦେବେନ୍ଦ୍ର ଅଧିକ ରୋଜଗାର ଆଶାରେ ସ୍ତ୍ରୀଙ୍କୁ ଆନ୍ଦ୍ର ପ୍ରଦେଶର କାକାନାଡାରେ ବେପାର କରିବାକୁ କହି ଘରୁ ପାଦ କାଢିଥିଲେ । କିନ୍ତୁ ସେହିଦିନ ଠାରୁ ଏନ୍ ଦେବେନ୍ଦ୍ର ଆଉ ଘରକୁ ଫେରିନଥିଲେ । ଆଜି ପର୍ଯ୍ୟନ୍ତ ସ୍ୱାମୀ ଘରକୁ ନଫେରିବାରୁ ପରିବାର ଲୋକ ଭାଙ୍ଗିପଡିବା ସହ ମେରାଇନ୍ ଥାନା ଆର‌୍ୟ୍ୟପଲ୍ଲୀ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାମୀଙ୍କ ପତା ମିଳିନଥିବାରୁ ଏକ ମାତ୍ର ରୋଜଗାରିଆ ସ୍ୱାମୀଙ୍କୁ ହରାଇ ଦୁଖରେ ମ୍ରିୟମାଣ ହେବା ସହ ଦୁଖରେ ଭାଙ୍ଗିପଡିଛନ୍ତି । ସ୍ୱାମୀର ଆସିବା ବାଟକୁ ଲୁହ ଗଡାଇ ଚାହିଁ ରହିଛନ୍ତି ପରିବାର ।

LEAVE A REPLY

Please enter your comment!
Please enter your name here