କୁକୁଡ଼ାଖଣ୍ଡି(ଓବି ନ୍ୟୁଜ)(ହିମାଂଶୁ ପାଢ଼ୀ): କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ନୂତନ ଛତ୍ର ସାଂସଦର କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି । ନୂତନ ଭାବେ ସଭାପତି ରାଜେଶ ସାହୁ ,ଉପସଭାପତି ଶାଶ୍ୱତ ମୋଦିଆ, ସମ୍ପାଦକ ସତ୍ୟ ନାରାୟଣ ପାଳ,ଉପ ସମ୍ପାଦକ ସତ୍ୟମ ମିଶ୍ର, ସାଂସ୍କୃତିକ ସମ୍ପାଦକ ତନ୍ମୟ ମିଶ୍ର,କ୍ରୀଡା ସମ୍ପାଦକ ଦେବାଶିଷ ଶତପଥି,ଡ୍ରାମା ସମ୍ପାଦକ ଗିରିଜା ଶଙ୍କର ଆଚାର୍ଯ୍ୟ, ମଗାଜିଂ ସମ୍ପାଦକ ନିରଞ୍ଜନ ସାହୁ ଦାଇତ୍ୱ ନେଇଛନ୍ତି। ଛାତ୍ର ସଂସଦ ଉପଦେଷ୍ଟା ଭାବେ ଡା ବିମଲ କୁମାର ପଣ୍ଡା,ସାଂସ୍କୃତିକ ସମ୍ପାଦକ ଡା ସୁରମା ମିଶ୍ର,କ୍ରୀଡା ଉପଦେଷ୍ଟା ଡା ବଳରାମ ପ୍ରଧାନ, ଡ୍ରାମା ଉପଦେଷ୍ଟା ଡା ଶିବ ପ୍ରସଦ ରାଉତ,ମଗାଜିଂ ଉପଦେଷ୍ଟା ଅନନ୍ତ ସାଗର ଦାସ, ଦାଇତ୍ୱ ନେଇଛନ୍ତି। ସମସ୍ତ ଛାତ୍ରସଂସଦ ର ନିର୍ବାଚିତ ପ୍ରତିନିଧି ଓ ଉପଦେଷ୍ଟା ମନଙ୍କୁ ଅଧ୍ୟକ୍ଷ ଡା ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ କରିଛନ୍ତି। ଆଗାମୀ ଦିନ ରେ ମହାବିଦ୍ୟାଳୟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଛାତ୍ର ସଂସଦ ଆଗାମୀ ଦିନ ରେ କାର୍ଯ୍ୟ କରିବ ବୋଲି ସମସ୍ତ ଛାତ୍ରଛାତ୍ରୀ ଆଶା ରଖିଛନ୍ତି।