ଅସହାୟଙ୍କ ସାହା ବନିଲେ ଡ. ଅଚ୍ୟୁତ ସାମନ୍ତ

0
69

ଭୁବନେଶ୍ୱର (ଓବି ନ୍ୟୁଜ): ନିକଟରେ ସୁରତ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିସ୍ ଫାଉଣ୍ଡେସନ୍ । ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ କିପରି ସାହାଯ୍ୟ କରାଯିବ ସେନେଇ ତତ୍ପରତା ପ୍ରକାଶ କରିଥିଲେ । ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗଞ୍ଜାମର କିଛି ବ୍ୟକ୍ତି ଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ କିସ୍ ଫାଉଣ୍ଡେସନ୍ ଜରିଆରେ କିସ୍ ର ଯେକୌଣସି ଜିଲ୍ଲା ଶାଖାରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୪ପରିବାରର ପିଲାଙ୍କ ପାଠ ପଢା ଦାୟିତ୍ୱ ବହନ କରିବାକୁ ସାଂସଦ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେବା ସହ ଦୁଇ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ କିସ୍ ରେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ତିନି ଅନାଥ ପିଲାଙ୍କୁ ସହାୟତାର ହାତ ବଢାଇଛି କିସ୍ ଫାଉଣ୍ଡେସନ୍ । ଦୀର୍ଘ ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତ ଜୁଲାଇ ୨୪ ତାରିଖରେ ମାଆଙ୍କୁ ହରାଇ ତିନି ଭାଇ ଭଉଣୀ ଅନାଥ ହୋଇଯାଇଛନ୍ତି । ଏହି ଖବର ଶ୍ରୀ ସାମନ୍ତଙ୍କ ନଜରକୁ ଆସିବା ପରେ କିସ୍ ଫାଉଣ୍ଡେସନ୍ ଜରିଆରେ ଏହି ଅନାଥ ପିଲାଙ୍କ ଚଳିବା ପାଇଁ ମାସିକ ୫ ହଜାର ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହା ସହିତ କିସ୍ ର କୌଣସି ଜିଲ୍ଲା ଶାଖା କିମ୍ବା କିଟ୍ ରେ ତାଙ୍କ ଛୋଟ ଭାଇ ଭଉଣୀଙ୍କ ଶିକ୍ଷା ପାଇଁ ବନ୍ଦୋବସ୍ତ କରିବା ନେଇ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । କିସ୍ ଫାଉଣ୍ଡେସନ୍ ର ଏଭଳି ମହତ କାର୍ଯ୍ୟକୁ କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନେ ପ୍ରଶଂସା କରିବା ସହ ସାଂସଦ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here