ଗାନ୍ଧିସ୍ମୃତି ପାଠାଗାର ପକ୍ଷରୁ ବୃକ୍ଷରୋପଣ

    0
    39

    ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ)(ଟୁଟୁ ମହାପାତ୍ର): ବୃକ୍ଷ ହିଁ ଜୀବନ ।ଗଛ ବଞ୍ଚିଲେ ବଞ୍ଚିବ ପରିବେଶ । ପ୍ରକୃତିର ଦାନ ମଧ୍ୟରୁ ବୃକ୍ଷ ହେଉଛି ଅନ୍ୟତମ । କୁହାଯାଏ ବୃକ୍ଷ ହିଁ ଏକମାତ୍ର ଯିଏ ନିଃସ୍ବାର୍ଥପର ସେବାକରେ, ବୃକ୍ଷ ପରିବେଶ ପାଇଁ ରହିଛି ଗୁରୁତ୍ୱପୁର୍ଣ୍ଣ ଅବଦାନ । ତେଣୁ ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ । ବୃକ୍ଷରୋପଣ ଏବଂ ବୃକ୍ଷ ରସଂରକ୍ଷଣର ଆବଶ୍ୟକତା ରହିଛି । ଏହି ବାର୍ତ୍ତା ନେଇ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ଗାନ୍ଧୀସ୍ମୃତି ପାଠାଗାର ପକ୍ଷରୁ ସଭାପତି ତଥା ଯୁବ ସମାଜସେବୀ ଶ୍ରୀ ଜିତେନ୍ଦ୍ର ରାଉଳଙ୍କ ତ୍ୱତାବଧାନରେ ରଣ୍ଢା ସ୍ୱର୍ଗଦ୍ୱର ପରିସରରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧୀସ୍ମୃତି ପାଠାଗାରର ସଭାପତି ଜିତେନ୍ଦ୍ର ରାଉଳଙ୍କ ସମେତ ବରିଷ୍ଠ ସାମ୍ଭାଦିକ ବିଷ୍ଣୁ ପ୍ରସାଦ ପାତ୍ର ,ରଣ୍ଢା ବିଜେଡି ସଭାପତି ସୁକାନ୍ତ କୁମାର ଦାସ ,ସାମ୍ଭାଦିକ କିରଣ କୁମାର ମିଶ୍ର ,ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ପ୍ରଶାନ୍ତ କୁମାର ସାହୁ,ବିଭୁ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ଉତ୍ତମ ପରିବେଶ ପାଇଁ ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ । ଏଥିପ୍ରତି ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ , ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାନ୍ତୁ ଏବଂ ଅନ୍ୟମାନଙ୍କୁ ବୃକ୍ଷ ଲଗାଇବା ପାଇଂଁ ପ୍ରୋତ୍ସାହିତ କରନ୍ତୁ । ଏହା ଫଳରେ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ବୋଲି ଯୁବ ସମାଜସେବୀ ତଥା ବୃକ୍ଷପ୍ରେମୀ ଜିତେନ୍ଦ୍ର ରାଉଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ରାଉଳ, ସୁକାନ୍ତ ସାହୁ,ରଞ୍ଜିତ ସାହୁ,କାଳିଆ ଦାସ,କାଳୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆଗମୀ ଦିନ ମାନଙ୍କରେ ଜାରି ରହିବ ବୋଲି ପାଠାଗାରର ସଭାପତି ଶ୍ରୀ ରାଉଳ କହିଛନ୍ତି ।

    LEAVE A REPLY

    Please enter your comment!
    Please enter your name here