ବରପଲ୍ଲୀ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ

0
95

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା): କୁହାଯାଏ ଶିକ୍ଷାର ବିକାଶ ହେଲେ ଦେଶ ର ବିକାଶ ସମ୍ଭବ। ସରକାର ଙ୍କ ପକ୍ଷରୁ ଶିକ୍ଷାର ବିକାଶ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ନେଇ ଅନେକ ପ୍ରୟାସ ଜାରି କରାଯାଉଛି।
ହେଲେ ଗଞ୍ଜାମ ବ୍ଲକ ର ପୋଇରାଶି ପଂଚାୟତରେ ରହିଥିବା ଋଷିକୂଲ୍ୟା ଉଚ୍ଚ ବିଦ୍ୟାଳୟ ତାର ବ୍ୟତିକ୍ରମ ହେଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଗଞ୍ଜାମ ବିଜେଡି ବ୍ଲକ ସଭାପତି ତଥା ସ୍କୁଲ ପରିଚାଳନା କମିଟି ସଭାପତି ବନବାସୀ ଖୁଣ୍ଟିଆ ।ଏ ନେଇ ସେ ପିର୍ବରୁ ଲୋକ ଗୋଷ୍ଟି ଶିକ୍ଷା ଅଧିକାରୀ ଠାରୁ ଆରମ୍ଭ କରି ପୁର୍ବତନ ବିଧାୟକ ,ପୁର୍ବତନ ଜିଲ୍ଲାପାଳ, ରାଜ୍ୟସଭା ପୁର୍ବତନ ସଦସ୍ୟ ପ୍ରତାପ କେଶରୀ ଦେବ, ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ଅବଗତ କରି ଥିଲେ ମଧ୍ୟ କୌଣସି ଉପହଲ ମିଳିନଥିବା କହିଛନ୍ତି।
୧୯୯୪ ମସିହାରେ ଉକ୍ତ ସ୍କୁଲ ଟି ସ୍ଥାପିତ ହୋଇଥିବା ବେଳେ ଗତ ବର୍ଷ ବ୍ଲକଗ୍ରାଣ୍ଡ ସ୍କୁଲ ଟି ଗ୍ରାଣ୍ଟିନାଂଟ ପାଇଥିଲା । ବର୍ତମାନ ସ୍କୁଲ୍ରେ ଗଂଜାମ ଓ ପୁରୁଷୋତ୍ତମ ପୁର ବ୍ଲକ ଅଞ୍ଚଳର ଭୁଆଁଭୂଇଁ,ବରପଲ୍ଲୀ, ବାଲିଆ ଓ ଅଲାଡ଼ି ଗାଁ ର ୧୭୦ ଜଣ ଛାତ୍ର ଛାତ୍ରୀ ଅଧ୍ୟାୟନ କରୁଥିବା ବେଳେ ସ୍କୁଲ ପାଚେରୀ,ଶୌଚାଳୟ ,ପାନୀୟ ଜଳ,ଖେଳାପଡ଼ିଆ ଆଦି ଅଭାବ ରହିଥିବା ବେଳେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ର ସ୍ନମୁଖୀନ ହେଉଥିବା ବେଳେ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଥିବା ଜଣାପଡିଛି ।ଅନ୍ୟ ପୁରୁଣା ଶ୍ରେଣୀ ଗୃହ ଗୁଡିକ କାଂଥ ଫାଟି ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ବିପଦ ସୃଷ୍ଟି କରୁଥିବା ଏବଂ ଶ୍ରେଣୀ ଗୃହ ଅଭାବ ପରିଲକ୍ଷିତ ହେଉଛି। ଯାହାକୁ ନେଇ ସ୍ତାନିୟ ଅଞ୍ଚଳବାସି ଙ୍କ ମଧ୍ୟରେ ଘୋର ଉଦ୍ ବେଗ ପ୍ରକାଶ ପାଇଛି। ଯାହାକୁ ନେଇ ଗଣଶିକ୍ଷା ବିଭାଗ ଓ ଜିଲା ପ୍ରସାଶନ ସମ୍ପୃକ୍ତ ବିଦ୍ୟାଳୟର ସମସ୍ୟାର ସମାଧାନ ର ନେଇ ପଦକ୍ଷେପ ନେବାକୁ ଦୃଡ଼ ଦାବିହେଉଛି।
ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଘଡେଇ ଙ୍କ ପ୍ରତ୍ୟକ୍ରିୟା ନେବାରେ ବ୍ଲକ ଗ୍ରାଣ୍ଟ ସ୍କୁଲ ନିମନ୍ତେ ଶିକ୍ଷାବିଭାଗ ପକ୍ଷରୁ କୌଣସି ସୁବିଧା ନଥିବା କହିଥିଲେ ।ସ୍କୁଲ ଟି ଗ୍ରାଣ୍ଟ ନେଡ଼ ପାଇଥିବାରୁ ଶିକ୍ଷକ ଓ କର୍ମଚାରି ଙ୍କ ବେତନ ବୃଦ୍ଧି ବ୍ୟବସ୍ଥା ରହିଥିବା ସେ କହିଥିଲେ।

LEAVE A REPLY

Please enter your comment!
Please enter your name here