ଅସହାୟଙ୍କୁ ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ପ୍ରଦାନ

0
150

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ ପରିସରରେ ଥିବା ଜଣେ ଅସହାୟ ପରିବାରକୁ ରାସନ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ସ୍ୱେଚ୍ଚାସେବୀ ସଂଗଠନ ‘ସାହାଯ୍ୟ’ । ମେଡ଼ିକାଲ ନିକଟରେ କିଛି ବର୍ଷ ହେଲା ଜରି ପାଲ ଟାଣି ତିନି ପ୍ରାଣୀ କୁଟୁମ୍ବ ରହୁଛନ୍ତି । ନାଁ ତାଙ୍କ ପାଖରେ ଅଛି ଘର ନାଁ ଅଛି ଖାଇବା । କରୋନା ମହାମାରୀ କିଛି ନା କିଛି ମାଗି ଯାଚି ଚଳି ଯାଉଥିଲେ । ଏହା ସହ ୫ ଟଙ୍କିଆ ଆହାର ତାଙ୍କ ପାଇଁ ଏକ ମାତ୍ର ସାହା ଭରସା ପାଲଟିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ସେତିକି ମଧ୍ୟ ମିଳିଲା ନାହିଁ ।


ବୃଦ୍ଧ, ବୃଦ୍ଧାଙ୍କ ସହ ରହିଛି ତାଙ୍କ ଏକ ମାତ୍ର ଝିଅ । କିନ୍ତୁ ସେ ଝିଅଟି ମଧ୍ୟ ପାଗଲୀ । ତାଙ୍କର ରହିବା ପାଇଁ ନାଁ ଛାତ ଅଛି ନା ଅଛି ଖାଇବା । ଏପରି ପରିସ୍ଥିତିରେ ତାଙ୍କ ନିକଟରେ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ସାହାଯ୍ୟ’ ତରଫରୁ ତାଙ୍କୁ ରାସନ ସାମଗ୍ରୀ, କିଛି ଶୁଖିଲା ଖାଦ୍ୟ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଚାଉଳ, ଡ଼ାଲି, ଚିନି, ଚୂଡ଼ା, ତେଲ, ପରିବା ଆଦି ପ୍ରଦାନ କରିଥିଲେ । ସାମଗ୍ରୀ ବଂଟନ ସମୟରେ ଗଞ୍ଜାମ ଜିଲ୍ଲାର ଅଧ୍ୟକ୍ଷ ଅଭିଷେକ ପଣ୍ଡା, ଦିପୁ ଶତପଥୀ, ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here